କନ୍ଧମାଳ ସନ୍ତାନ

Breaking News

ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ଅନୁଷ୍ଟିତ ଅଭିଭାବକ ଓ ଶିକ୍ଷକ ସମିଳନୀ ବୈଠକ…….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ଅଭିଭାବକ ଓ ଶିକ୍ଷକ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଟିତ ହେଇଯାଇଛି l ଏହି ବୈଠକ ଜୀବନ କୌଶଳ ଶିକ୍ଷା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗୋପାଳ କୃଷ୍ଣ ବେହେରାଙ୍କ ନିର୍ଦେଶ କ୍ରମେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଟିତ ହେଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଦୁତିମେଣ୍ଡି ପଞ୍ଚାୟତର ସରପଞ୍ଚ ଦମୟନ୍ତି ମଲ୍ଲିକ ଯୋଗ ଦେଇ ପ୍ରଦୀପ ଉଜଳନ କରି ବୈଠକକୁ ସୁଭାରମ୍ଭ କରିଥିଲେ l ସଂମାନିତ ଅତିଥି ଭାବେ ପିତାମ୍ବର କଂହର ଯୋଗ ଦେଇଥିଲେ l ସଭାପତି ଚତୁର୍ଭୁଜ ମଲ୍ଲିକ ସଭାପତିତ୍ୱ କରି ଥିବା ବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସନ୍ଧ୍ୟାରାଣୀ ମହାପାତ୍ର , ରୋହିତ କୁମାର ବେହେରା , ସୁକାନ୍ତ କୁମାର ସାହୁ , ବୈଦ୍ୟନାଥ ପାଟଯୋଶୀ , ସ୍ବାତି ତନ୍ମୟା ପଣ୍ଡା , ଋତୁପୂର୍ଣ୍ଣା ରଥ , ସ୍ନିଗ୍ଧାରାଣୀ ବେହେରା ଯୋଗଦେଇବା ସହିତ ସିସିଏ ଶ୍ରୀହରି ପ୍ରଧାନ , କମଳ କାନ୍ତ ବାରିକ , ଝୁନୁ ଯାନୀ, ଶର୍ମିତା ଯାନୀ ସହଯୋଗ କରିଥିଲେ l ଏହି ଅଭିଭାବକ ଓ ଶିକ୍ଷକ ସମିଳନୀ ବୈଠକରେ ଛାତ୍ର ଛାତ୍ରୀ , ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା l ଗତ ୨୦୨୦ କୋଭିଡ ୧୯ – କରୋନା ମହାମାରୀ ଆସିବାଠାରୁ ସମସ୍ତ ଶିକ୍ଷାନୁଷ୍ଟାନ ଗୁଡ଼ାକ ବନ୍ଦ ଥିବାରୁ ଛାତ୍ର ଓ ଛାତ୍ରୀମାନଙ୍କ ପାଠ ପଢ଼ାରେ ବାଧା ଶ୍ରୁଷ୍ଟି ହେଇଥିଲା l ସେଥି ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଦୁଃଖ ପ୍ରକାଶ କରୁଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ବା ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କଠିନ ଉଦ୍ୟମରେ ରାଜ୍ୟରୁ କରୋନା ଭୁତାଣୁକୁ ପ୍ରତିହତ କରାଯିବା ସହିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲି ଛାତ୍ର ଛାତ୍ରୀମାନେ କିପରି ଶିକ୍ଷା ଅର୍ଜନ କରିବେ ସେ ନେଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦେଶ ଦେବା ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସାମ୍ବାଦିକ ବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଜରିଆରେ ଇଲକ୍ଟ୍ରୋନିସ୍ ମିଡ଼ିଆ ଓ ବିଭନ୍ନ ୱେବ ମିଡ଼ିଆ , ଖଵର କାଗଜ ଜରିଆରେ ସଚେତନତାର ବାର୍ତ୍ତା ଦେଇଥିଲେ l ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ହେଇଯାଇଛି l ଦୀର୍ଘ ଦିନ ପରେ ସ୍କୁଲ ଯିବାର ସୁଯୋଗ ମିଳିଥିବାରୁ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି l

Related news

Skip to toolbar