କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଠାରେ ଗୁଟୁଖା ଧରପଗଡ଼, ବିଫୁଳ ପରିମାଣର ଗୁଟୁଖା ଜବତ….

କନ୍ଧମାଳ ସନ୍ତାନ(ବ୍ୟୁର):ପ୍ରଶାସନର ବ୍ଯାପକ ସଚେତନତା ପରେ ମଧ୍ଯ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଗୁଟଖା ସେବନ ଏବଂ ବିକ୍ରୀ କମିବା ବଦଳରେ ବଢ଼ିବାରେ ଲାଗିଛି I ଯାହାର ପରିମାଣ ସ୍ୱରୂପ କ୍ଯାନସର ଭୟକଂର ରୂପ ଦେଖିବାକୁ ମିଳିଥାଏ I କନ୍ଧମାଳରେ ମଧ୍ଯ ଏବେ ଏହି ସଂଖ୍ଯା ବଢିବାରେ ଲାଗିଛି I ଏହାକୁ ଗୁତୁତ୍ୱ ଦେଇ ଜନସାଧାରଣଙ୍କ ମଧ୍ଯରେ ସଚେତନତା ସ୍ରୁଷ୍ଟି କରିବା ଲକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ଗୁଟଖା ଧରପକଡ ଅଭିଯାନ I ଏହି କ୍ରମରେ ଆଜି ଘୁ.ଉଦୟଗିରି ବଜାରରେ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇ ବିପୁଳ ପରିମାଣର ଗୁଟଖା ଜବତ କରାଯିବା ସହିତ ୨୭୦୦ ଟକାଂର ଜରିମାନା ଆଦାୟ କରାଯାଇଛି I ଡ୍ରଗ ଇନସ୍ପେକ୍ଟର ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଗଠିତ ଟିମ୍ରେ ଫୁଡ ଇନସ୍ପେକ୍ଟର ନବ କିଶୋର ସାହୁ, ଏକ୍ସାଇଜ୍ ଇନସ୍ପେକ୍ଟର ମଧୂସୂଦନ ବେହେରା, ପୁଲିସ ଏସଆଇ ବୁଲୁ ବେହେରା, ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଜ କିଶୋର ସାହୁ ପ୍ରମୁଖ ସାମିଲ ଥିଲେ I କିଛି ଦିନ ପୂର୍ବରୁ ଘୁ.ଉଦୟଗିରି ସହରରେ ବ୍ଯବସାୟୀମାନଙ୍କୁ ସଚେତନ କରାଯାଇଥିଲେ ମଧ୍ଯ ଏତେ ପରିମାଣର ବାହାରିବା ଆଶ୍ଚର୍ୟ୍ଯ କରିଥିବା ବେଳେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦ୍ରୁଷ୍ଟିରେ ରଖି ନିୟମିତ ବ୍ଯବଧାନରେ ସଚେତନ କରାଯିବ ବୋଲି ଫୁଡ ଇନସ୍ପେକ୍ଟର ନବ କିଶୋର ସାହୁ କହିଛନ୍ତି I

Related news

Skip to toolbar