କନ୍ଧମାଳ ସନ୍ତାନ

Breaking News

ବାଇକ ଧକ୍କାରେ ମହିଳା ଗୁରୁତର ଆହତ, କ.ନୂଆଗାଁ ପୁଲିସ ଦ୍ୱାରା ବାଇକ ଜବତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କ.ନୂଆଗାଁ ଥାନା ହାଇସ୍କୁଲ ଖେଳ ପଡିଆ ନିକଟରେ ଆଜି ଅପରାହ୍ନରେ ବାଲିଗୁଡାରୁ ଫୁଲବାଣୀ ଯାଉଥିବା ପଲସର ବାଇକ୍( ଓଡି-୦୧ଏବି-୨୭୫୯) ଦୁର୍ଘଟଣା ଗ୍ରସ୍ଥ ହୋଇ ଥିଲା I ସ୍ଥାନୀୟ ହାଇସ୍କୁଲରେ ରହି ପଢ଼ୁଥିବା ଝିଅକୁ ଦେଖି ଫେରୁଥିବା ବେଳେ ସାରଙ୍ଗ ଗଡ କିନ୍ଦିପାଙ୍ଗା ଗ୍ରାମର ମହିଳା ଅମିତା ପ୍ରଧାନକୁ ଉକ୍ତ ବାଇକ ଧକ୍କା ଦେଇ ଥିଲା I ଏହି ଦୁର୍ଘଟଣାରେ ମହିଳା ଜଣକ ଗୁରୁତର ଆହତ ହୋଇ ଥିଲେ I ଆହତ ମହିଳାଙ୍କୁ ଗ୍ରାମ ଲୋକଙ୍କ ସହାୟତାରେ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ପ୍ରାଥମିକ ଚିକିତ୍ସା ପରେ ଉଭୟ ବାଇକ୍ ଚାଳକ ଓ ଗୁରୁତର ମହିଳାକୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି I କ.ନୂଆଗାଁ ଥାନା ଅତିରିକ୍ତ ପୁଲିସ ଅଧିକାରୀ ଅଜୟ କୁମାର ସାହୁ ଦୁର୍ଘଟଣା ଖବର ପାଇ ବାଇକ୍ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି I

Related news

Skip to toolbar