କନ୍ଧମାଳ ସନ୍ତାନ

Breaking News

ପରିଚୟ ହରାଇବାକୁ ବସିଛି ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ, କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ କର୍ମଚାରୀ ଓ ପ୍ରଶାସନ…..

କନ୍ଧମାଳ ସନ୍ତାନ(ବ୍ୟୁର): ସରକାରୀ ଯୋଜନା ମାଳମାଳ ହେଲେ କାମ ଦୁର୍ବଳ I ଯାହାର ଜ୍ୱଳନ୍ତ ଉଦାହରଣ ଘୁ.ଉଦୟଗିରି ଠାରେ ଦେଖିବାକୁ ମିଳିଛି I ଶିକ୍ଷା ଓ କ୍ରୀଡ଼ାର ବିକାଶ ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଯୋଜନା କରୁଛନ୍ତି I କିନ୍ତୁ ତାହା ଯୋଜନାରେ ସୀମିତ ଥିବା ଦେଖା ଦେଇଛି I ହେଲେ ଆସୁ ଥିବା ସରକାରୀ ଅନୁଦାନ ଖର୍ଚ୍ଚ ହେଉଛି କେଉଁ ଠାରେ ଖର୍ଚ୍ଚ ହେଉଛି ବୋଲି ଅଞ୍ଚଳ ବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି I ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଠି ଦେବା ପାଇଁ ସାଧାରଣରେ ଦାବୀ ହୋଇଛି I

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଏବେ ପ୍ରଶାସନର ଦୂରଦୃଷ୍ଟିର ଅଭାବ ଓ ଅଣଦେଖା ଯୋଗୁଁ ଦିନକୁ ଦିନ ନିଜର ପୂର୍ବ ଗୌରବ ହରାଇ ବାକୁ ବସିଛି I ଏହାର ରକ୍ଷଣାବେକ୍ଷଣ ପାଇଁ ବର୍ଷ ବର୍ଷ ଧରି ଦାବୀ ହୋଇ ଆସୁ ଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ବାରମ୍ବାର ଦାବୀ ସତ୍ୱେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ କର୍ମଚାରୀ ଓ ପ୍ରଶାସନ I

ହବାକ ଉଚ୍ଚ ବିଦ୍ୟାଳୟ ୧୯୩୬ରେ ଓଡ଼ିଶାର ପ୍ରଥମ ରାଜ୍ୟପାଳ ସାର ଜନ ଅଷ୍ଟିନ ହବାକଙ୍କ ନାମରେ ସ୍ଥାପିତ ହୋଇ ଥିଲା I ଯାହାକି ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ଆଲୋକ ଆଣିଥିଲା I ହବାକ ଉଚ୍ଚ ବିଦ୍ୟାଳୟର ପୁର୍ବତ୍ତନ ଛାତ୍ର ରମାକାନ୍ତ ମହାପାତ୍ରଙ୍କ କହିବା ଅନୁସାରେ ଏହି ଆନୁନ୍ନତ ଅଞ୍ଚଳର ଗରିବ ଦଳିତ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ନିମନ୍ତେ କୌଣସି ସୁବିଧା ନ ଥିଲା I ଯାହା ପାଇଁ ଶିକ୍ଷା ଅର୍ଜନ କରିବା ପାଇଁ ଇଛା ଥିଲେ ସୁଦ୍ଧା ଛାତ୍ରଛାତ୍ରୀ ଶିକ୍ଷା ଅର୍ଜନ କରିପାରୁନ ଥିଲେ I ଏହାକୁ ହୃଦବଦ୍ଧ କରି ତତ୍କାଳୀନ ସରକାର ହବାକ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ I ଯାହାକି ୧୯ ଦଶକରେ ସମଗ୍ର ଜିଲ୍ଲା ଓ ଅଞ୍ଚଳ ପାଇଁ ଶିକ୍ଷାର କେନ୍ଦ୍ରସ୍ଥଳୀ ପାଲୋଟି ଥିଲା I ହବାକ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେଲା ପରେ ଏହି ଅଞ୍ଚଳ ଓ ଜିଲ୍ଲାର ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ି ବହୁ କୃତିତ୍ୱ ଅର୍ଜନ କରିଥିଲେ ଓ ଆଜି ପର୍ଯ୍ୟନ୍ତ ଅଞ୍ଚଳ ପାଇଁ ଗୌରବ ଆଣୁଛନ୍ତି I ହବାକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଅର୍ଜନ କରି ବହୁ ଛାତ୍ରଛାତ୍ରୀ ସରକାରୀ ଚାକିରୀ କ୍ଷେତ୍ରରେ ଶୀର୍ଷରେ ପହଁଚି ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି I ହେଲେ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିକୁ ଅଣଦେଖା କରିବା ଅତ୍ୟନ୍ତ ଚିନ୍ତା ଜନକ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ପୁର୍ବତ୍ତନ ଛାତ୍ର ରମାକାନ୍ତ ମହାପାତ୍ର I ସେହିପରି ଭାବରେ ୧୯୭୧-୭୭ ବର୍ଷର ପୁର୍ବତ୍ତନ ଛାତ୍ର ଅବଦୁଲ ବାରୀ ମଧ୍ୟ ଘଟଣାକୁ ତୀଵ୍ର ନିନ୍ଦା କରିଛନ୍ତି I ସେ କହିଛନ୍ତି ଯେ ବିଭାଗୀୟ ଯନ୍ତ୍ରୀ ଓ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଓ ମନଇଚ୍ଛା କାର୍ଯ୍ୟକଳାପ ଯୋଗୁଁ ବାଳିକା ଉଚ୍ଚବିଦ୍ୟାଳୟ ଓ ହାତିବାଲି ସାହି ଅଞ୍ଚଳର ମଇଳା ପାଣି ଓ ମଇଳା ଡ୍ରେନ ମାଧ୍ୟମଧରେ ସିଧାସଳଖ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆକୁ ନିଷ୍କାସନ କରାଯିବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି I ଯାହାକି ଅତ୍ୟନ୍ତ ଚିନ୍ତାଜନକ ଘଟଣା I ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଖେଳ ପଡ଼ିଆର ସୁରକ୍ଷା ନିମନ୍ତେ ପଦକ୍ଷେପ ନେବା ପାଇଁ ପୂର୍ବତନ ଛାତ୍ର/ବରିଷ୍ଠ ନାଗରିକ ଅବଦୁଲ ବାରି ଦାବୀ କରିଛନ୍ତି I କେବଳ ସେତିକି ନୁହେଁ ରକ୍ଷଣାବେକ୍ଷଣର ଅଭାବରୁ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆକୁ ଯାଇ ଆଖପାଖ ଅଞ୍ଚଳର ଲୋକ ପ୍ରତ୍ୟେକ ଦିନ ମଳ ତ୍ୟାଗ କରିବା ସହ ମଦ୍ୟପମାନେ ମଦ୍ୟପାନ କରି କାଚ ବୋତଲ ଭାଙ୍ଗି ପକାଇ ଥାନ୍ତି I କିମ୍ବା ଖେଳ ପଡ଼ିଆର ବର୍ଷା ଜଳ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ I ଯାହା ପାଇଁ ଟିକିଏ ବର୍ଷା ହେଲେ ମଧ୍ୟ ଖେଳ ପଡ଼ିଆରେ କୁତ୍ରିମ ବନ୍ଧ ସୃଷ୍ଟି ହୋଇ ଥାଏ I ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇ ନାହିଁ I ଯାହା ପାଇଁ ଖେଳ ସମୟରେ ଖେଳାଳି ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବାର ଅନେକ ସମୟରେ ଦେଖା ଦେଇଛି I ତେଣୁ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବୀ ହୋଇଛି I

Related news

Skip to toolbar