କନ୍ଧମାଳ ସନ୍ତାନ

Breaking News

କୋଟଗଡ ବ୍ଳକର ଗାଜିନାଯୁ ଠାରେ କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ……

କନ୍ଧମାଳ ସନ୍ତାନ(ବ୍ୟୁର): କୋଟଗଡ ବ୍ଲକ କଂଗ୍ରସ ପକ୍ଷରୁ ପଂଚାୟତ ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଯୋଗ ଦେଇ ମୁଖ୍ୟ ଆତିଥି ଭାବରେ ଯୋଗ ଦେଇଥିଲେ I କୋଟଗଡ ବ୍ଲକ ଅତିତରେ କଂଗ୍ରେସର ଗଡ଼ ରୂପେ ପରିଚିତ ହୋଇଥିବା ବେଳେ ବିଜୁ ଜନତା ଦଳ ହାତକୁ ବ୍ଲକ ଜିଲ୍ଲା ପରିଷଦକୁ ଛାଡି ଅଧାରୁ ଅଧିକ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀ ଗତ ପଂଚାୟତ ନିର୍ବାଚନରେ ଚାଲିଯାଇଥିଲା ଏବଂ ବହୁ କଂଗ୍ରେସ କର୍ମୀ କଂଗ୍ରେସ ଛାଡି ବିଜେଡି ମିଶ୍ରଣ ପର୍ବରେ ସଂଖ ଧରିଛନ୍ତି I ତେଣୁ କଂଗ୍ରେସ ବ୍ଲକ ସଭାପତି ସରୋଜ ବେହେରାମାଝୀଙ୍କ ନେତୃତ୍ୱରେ ଦଳ କୋଟଗଡ ବ୍ଲକର ଛାମୁଆ ନେତାଙ୍କୁ ନେଇ ସୁବର୍ଣ୍ଣଗିରି ପଂଚାୟତର ଗାଜୁନାଯୁ ଠାରେ ନିଜ ର ରଣନୀତି ପ୍ରସ୍ତୁତ କରିବା ସହ ପଂଚାୟତ ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ଚୂଡାନ୍ତ ନିଷ୍ପତି ନେବାକୁ ବାରମ୍ବାର ବିଭିନ୍ନ ବୈଠକ ମାଧ୍ୟମରେ ମାନସମନ୍ଥନ ଚଳାଇଥିବା ଦେଖିବାକୁ ମିଳିଛି I

Related news

Skip to toolbar