କନ୍ଧମାଳ ସନ୍ତାନ

Breaking News

ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶ୍ରୀରାମପୁର ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଦ୍ୟମ, ପାହାଡ଼ ଉପରେ ବିପଦଶଙ୍କୁଳ ଅବସ୍ଥାରେ ନେଉଛନ୍ତି ଅନଲାଇନ ଶିକ୍ଷା….

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁ ପଞ୍ଚାୟତ ଏବଂ ଆଖପାଖ ଅଞ୍ଚଳ ବାସୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ସେବା ସାତ ସପନ ହୋଇ ଥିବା ଦେଖିବାକୁ ମିଳିଛି I ନିଜର ସ୍ୱପ୍ନ ଏବଂ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିବା ପାଇଁ ଡି ଅଞ୍ଚଳର ଛାତ୍ରଛାତ୍ରୀ ନିକଟରେ ଥିବା ଦାରାଵଣ୍ଡଲ ପାହାଡ଼ ଶିଖରକୁ ଯାଇ ଅନଲାଇନ ଶିକ୍ଷା ଗ୍ରହଣ କରିଥାନ୍ତି I ଛାତ୍ରାଛାତ୍ରୀ ଅନଲାଇନ ମଧ୍ୟରେ ପାଠ ପଡିବା ପାଇଁ ଘୋଷଣା କରିଥିଲେ I

ଏହି ଅଞ୍ଚଳର ଛାତ୍ରାଛାତ୍ରୀ ଦୁଇ ବର୍ଷର ଲକ ଡାଉନ ଏବଂ ସଟଡାଉନକୁ ମାନି ନିଜର ଭବିଷ୍ୟତକୁ ଗଢ଼ିବା ପାଇଁ ଜୀବନକୁ ବାଜିଲଗାଇ ଏକ ଉପାନ୍ତଘେରା ଜଙ୍ଗଲରେ ୨ କିମି ପାହାଡ ଚଢ଼ି ଶିକ୍ଷକ ଏବଂ ଅବିଭାବକମାନଙ୍କ ସହ ପାଠ ପଢିବା ପାଇଁ ଯାଉଛନ୍ତି I ଯାହାରି ଫଳରେ ପିଲାମାନେ ଏଥରର ମେଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିପାରିଥିଲେ I ବିନା ଅନଲାଇନରେ ପିଲାମାନେ ଯଦି ଏତେ ଭଲ ନମ୍ବର ରଖି ପାସ କରିପାରୁଛନ୍ତି ତେବେ ଏଠାରେ ଅନଲାଇନ ସୁବିଧା ହେଲେ ପାଠପଡିବା ସହିତ ପରୀକ୍ଷାରେ ଆଉରି ଭଲ ମାର୍କ ରଖି ପାରିବେ ବୋଲି ଛାତ୍ରଛାତ୍ରୀମାନେ ପ୍ରତିକ୍ରିୟା ଦେଇଛନ୍ତି I କେବଳ ଶ୍ରୀରାମପୁର ପଂଚାୟତରେ ଆଖପାଖ ପଂଚାୟତର ପିଲାମାନେ ଆସି ଏହି ପାହାଡ ଉପରେ ଅନଲାଇନ ମଧ୍ୟରେ ପାଠ ପଢ଼ା ଜାରୀରଖିଥାନ୍ତି I ଏଠାରେ 2G ନେଟୱାର୍କ ଅଛି ତାହା କେବଳ କଥାବାର୍ତ୍ତା ଛଡା ଅନ୍ୟ କୌଣସି କାମରେ ଆସୁ ନାହିଁ I ବିଏସଏନଏଲ ତରଫରୁ ଯେଉଁ Wi-Fi ଦିଆଯାଇଥିଲା ସେଥିରେ ଅନେକ କିଛି ପିଲା ସୁବିଧା ସୁଯୋଗ ପାଇପାରୁଥିଲ I କିନ୍ତୁ ସରପଞ୍ଚଙ୍କ ଅବହେଳା ହେତୁ ତାହା ଆଜକୁ ବର୍ଷେ ହେବ ଅଚଳ ଅବସ୍ଥାରେ ପଡିରହିଛି I ଯାହାରି ଫଳରେ ପିଲାମାନେ ସୁବିଧା ପାଇ ପାରୁନାହାନ୍ତି I ଏହି ବାବଦରେ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ୩ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ I ୨୦୦୬ ମସିହାରେ ଯେଉଁ ରିଲିଆନ୍ସ ଟାୱାର କରାଯାଇଥିଲା ତାହା ଆଜକୁ ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅଚଳାବସ୍ଥାରେ ପଡିରହିଛି I ସରକାରଙ୍କ କହିବା ଅନୁଯାୟୀ “ସବକା ସାଥ ସବକା ବିକାଶ”,ପ୍ରତ୍ୟକ ସହର ଏବଂ ଗ୍ରାମଞ୍ଚଳମାନଙ୍କରେ ଡିଜିଟାଲ ସେବାର ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଥିଲେ I ତାହା କନ୍ଧମାଳ ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳ ବାସୀଙ୍କ ପାଇଁ ଡିଜିଟାଲ ସେବା ସାତସପନ ହୋଇଯାଇଛି ବୋଲି ମତପ୍ରକାଶ ପାଇଛି I ଯାହାରି ଫଳରେ ଛାତ୍ରଛାତ୍ରୀ ନିଜ ଜୀବନକୁ ବିପଦରେ ପକାଇ ଶିକ୍ଷାର୍ଜନ ପାଇଁ ଦୁଃଖ କଷ୍ଟ ଆସିଲେ ମଧ୍ୟ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବା ପାଇଁ ଚେଷ୍ଟା କରିଛନ୍ତି I ତେଣୁ କନ୍ଧମାଳ ଜିଲ୍ଲାର ଉପାନ୍ତ ଗ୍ରାମାଞ୍ଚଳ ଗୁଡିକରେ ଡିଜିଟାଲ ସେବାର ବ୍ୟବସ୍ଥା କରିବା ପାଇଁ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ ଏବଂ ଅଭିଭାବକମାନେ ପ୍ରତିକ୍ରିୟା ଦେଇଛନ୍ତି I

Related news

Skip to toolbar