କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମର ନୂତନ କର୍ମକର୍ତ୍ତା ଚୟନ….

କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇ ଥିଲା I ସଭାପତି ଶିବାନନ୍ଦ ପଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ସଂପାଦକ ପ୍ରଶାନ୍ତ ପଣ୍ଡା ସୂଚନା ଦେଇଥିଲେ I ସଦସ୍ୟମାନେ ଆନ୍ତରୀକ ସହଯୋଗ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ I ସେହିପରି ସଂଘର କାର୍ଯ୍ୟକାଳ ପୁରି ଯାଇଥିବାରୁ ଆଗାମୀ ୨ବର୍ଷ ଲାଗି ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା I ଏଥିରେ ସଭାପତି ଭାବରେ ସୁନୀଲ ବିଶ୍ୱାଳ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି, ଆଦିତ୍ୟ ତ୍ରିପାଠୀ, ସାଧାରଣ ସଂପାଦକ ସୂର୍ଯ୍ୟ ବେହେରା, ସହ ସଂପାଦକ ରମେଶ ପ୍ରଧାନ ଓ କୋଷା ଧ୍ୟକ୍ଷ ଭାବେ ଶିବ ବିଶ୍ୱାଳ ଭାବେ ନିର୍ବାଚିତ ହୋଇଥିଲେ I ସମସ୍ତ ନବନିର୍ବାଚିତ ସଭାପତି, ସଂପାଦକ ଓ କର୍ମକର୍ତ୍ତାମାନେ ନିଷ୍ଠା ଓ ଆନ୍ତରୀକତାର ସହ ସମସ୍ତ ସଦସ୍ୟଙ୍କୁ ସାଥିରେ ନେଇ ସଂଘୀୟ ସ୍ଵାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଲାଗି ନିର୍ବାଚନ ଅଧିକାରୀ ସୁନୀଲ ପଟନାୟକ ପରାମର୍ଶ ଦେଇଥିଲେ I ଏହି ବୈଠକରେ ବରୀଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ସୁନୀଲ ପଟନାୟକ, ଅଜିତ ମହାରଣା, ତ୍ରୀନାଥ ସାହୁ, ସନ୍ତୋଷ ଡିଗାଲ, ସତ୍ୟ ନାରାୟଣ ବେହେରା , ରାଧାମୋହନ ମହାପାତ୍ର ଓ ଅନ୍ୟ ସଦସ୍ୟମାନେ ନନ୍ଦିଘୋଷ ଟିଭିର ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଜେନା, ପ୍ରଶାନ୍ତ ପଣ୍ଡା, ବାଳକୃଷ୍ଣ ଚର୍ଚି, ଶିବ ନାୟକ, ବ୍ରଜ ମୋହନ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ I ଓଡିଶା ଏକ୍ସପ୍ରେସର ଜିଲ୍ଲା ସାମ୍ବାଦିକ କ୍ଷୀରୋଦ କୁମାର ସାହାଣୀ ନବମୋନାନୀତ କର୍ମକର୍ତ୍ତାମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ ଜଣେଇଥିଲେ I

Related news

Skip to toolbar