କନ୍ଧମାଳ ସନ୍ତାନ

Breaking News

ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ଗ୍ରାମ ପଞ୍ଚାୟତ ସେଚଙ୍ଗଡ଼ା ଗ୍ରାମରେ ଏକ ଦୁଃଖ ଘଟଣା ଘଟିଛି I ଆମ୍ବୁଲାନ୍ସ ପହଞ୍ଚି ବିଳମ୍ବ ଯୋଗୁଁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି I କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଂଚାୟତ ସେଚଙ୍ଗଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ସେଚଙ୍ଗଡ଼ା ଗ୍ରାମର ଭୁପେନ୍ଦ୍ର ମାଝୀଙ୍କ ସ୍ତ୍ରୀ ଗଦା ମାଝୀ( 36) ବର୍ଷ I ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ଆମ୍ବୁଲେନ୍ସକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ପରିବାର ଲୋକ I କିନ୍ତୁ ଆମ୍ବୁଲେନ୍ସ ପହଁଚିବା ବିଳମ୍ବ ହେତୁ ସେଠାକାର ଆଶାକର୍ମୀ ଉଅସ୍ଥିତିରେ ନିଜ ଘରେ ଏକ ଶିଶୁ ପୁତ୍ର ପ୍ରସବ ହୋଇଥିଲେ ମହିଳା I ବିଳମ୍ବରେ ଘଟଣା ସ୍ଥଳରେ ଅମୁଲେନ୍ସ ପହଁଚି ମାଁ ଓ ଶିଶୁ ଦୁହିଁଙ୍କୁ ଅଲଗା କରିବା ପାଇଁ ଫାର୍ମାଷ୍ଟିକି କହିଥିଲେ I କିନ୍ତୁ ପରିବାର ଲୋକେ ଏପରି କରିବା ପାଇଁ ବାରଣ କରିଥିଲେ I ପରିବାର ଲୋଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ଫାର୍ମାଷ୍ଟିକି ନିଜର ଅଭିଜ୍ଞନ୍ତାକୁ ଦର୍ଶାଇ ମାଁ ଏବଂ ଶିଶୁର ନାଇ କାଟିଥିଲେ I ତା ପରେ ମାଁ ଏବଂ ନବଜାତ ଶିଶୁକୁ ଗାଁରୁ ତୁମୁଡିବନ୍ଧ ଡାକ୍ତର ଖାନାକୁ ୧୦୮ ଅମୁଲେନ୍ସ ଯୋଗେ ଅଣାଯାଇଥିଲା I ତୁମୁଡ଼ିବନ୍ଧ ପହଞ୍ଚିବା ପରେ ଡାକ୍ଟର ମହିଳାଙ୍କୁ ମୃତ ଘୋଷଣା କରିଥିଲେ I ମହିଳାଙ୍କ ବେଦନା ସମୟରେ ଅଧିକରୁ ଅଧିକ ରକ୍ତ ସ୍ରାବ ହୋଇଥିବାରୁ ମୃତ୍ୟୁ ହୋଇଛି ବୋଲି ଡକ୍ଟର ଅଭିଷେକ ନାୟକ କହି ଥିଲେ I ଡାକ୍ତରଙ୍କ ଏହି ସୂଚନାକୁ ମହିଳାଙ୍କ ପରିବାର ଲୋକ ଗ୍ରହଣ କରିନଥିଲେ I ଶେଷରେ ପରିବାର ଲୋକ ମହିଳାଙ୍କ ମୃତ ଶରୀରକୁ ବେସରକାରୀ ଗାଡି ଯୋଗେ ନିଜଘରକୁ ନେଇ ଥିବା ସୂଚନା ମିଳିଛି I

Related news

Skip to toolbar