କନ୍ଧମାଳ ସନ୍ତାନ

Breaking News

ଅର୍ଦ୍ଧନିର୍ମିତ ଅବସ୍ଥାରେ ଘୁ.ଉଦୟଗିରି ମିନିଷ୍ଟାଡିୟମ, ନିର୍ମାଣ କାମ ସାରିବା ପାଇଁ ଦାବୀ କଲେ ଖେଳାଳି ଏବଂ ସମାଜସେବୀ…

କନ୍ଧମାଳ ସନ୍ତାନ(ବ୍ୟୁର): ବିତି ଗଲା ପନ୍ଦର ବର୍ଷରୁ ଉର୍ଦ୍ଧ୍ବ ସମୟ I ଖର୍ଚ୍ଚ ହେଲାଣି ୬୦ ଲକ୍ଷରୁ ଉର୍ଦ୍ଧ୍ବ ସରକାରୀ ଅନୁଦାନ I କିନ୍ତୁ ବର୍ତ୍ତମାନ ସୁଦ୍ଧା ଅର୍ଦ୍ଧାନିର୍ମିତ ଅବସ୍ଥାରେ ଘୁ.ଉଦୟଗିରି ମିନି ଷ୍ଟାଡିୟମ I ଯାହାକୁ ନେଇ ଅଂଚଳରେ ଉଦବେଗ ପ୍ରକାଶ ପାଇଛି I ପ୍ରାପ୍ତ ସୂଚନା ୨୦୦୬ ମସିହାର ଘୁ.ଉଦୟଗିରି କ୍ରୀଡ଼ା ବିକାଶ ପରିଷଦର ଚେଷ୍ଟାରେ ତତ୍କାଳୀନ ତହସିଲଦାର ଶିବ ନାରାୟଣ ନନ୍ଦଙ୍କ ସମୟରେ ଷ୍ଟାଡିୟମ ପାଇଁ ଯୋଜନା ଆରମ୍ଭ ହୋଇଥିଲା I ତତ୍କାଳୀନ ତହସିଲଦାର ନିଳାଞ୍ଚଳ ସାହୁଙ୍କ ସମୟରେ ୧୮ ଏକର ଜମି ଚିହ୍ନଟ କରାଯାଇ ୧୨ଏକର ଜମିରେ ଷ୍ଟାଡିୟମ କାମ ଆରମ୍ଭ କରାଗଲା I କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ଅର୍ଦ୍ଧାନିର୍ମିତ ଅବସ୍ଥାରେ ପଡ଼ି ରହିଛି I ଘଟଣା ସମ୍ପର୍କରେ ଘୁ.ଉଦୟଗିରି କ୍ରୀଡ଼ା ବିକାଶ ପରିଷଦର ସେକ୍ରେଟାରୀ ମହମ୍ମଦ ଜିଆଉଦ୍ଦିନଙ୍କ ମତାମତ ଗ୍ରହଣ କରାଯାଇ ଥିଲା I ୨୦୦୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଚେରୀ, ଗାର୍ଡ ୱାଲ, ପଡ଼ିଆ ସମତଳ ଏବଂ ମାଟି କାଟିବା, ଗ୍ୟାଲେରୀ, ଖେଳପଡ଼ିଆକୁ ପ୍ରବେଶ ପାଇଁ ପାହାଚ ଇତ୍ୟାଦି କାମ ବାବଦକୁ ୬୦ ଲକ୍ଷରୁ ଉର୍ଦ୍ଧ୍ବ ସରକାରୀ ଅନୁଦାନ ଖର୍ଚ୍ଚ ହୋଇ ଥିବା ସୂଚନା ଦେଇଛନ୍ତି I ଯଥା ଶୀଘ୍ର ଷ୍ଟାଡିୟମ କାମ ସାରିବା ପାଇଁ ପ୍ରଶାସନ ପାଖରେ ଦାବୀ କରିଛନ୍ତି I ଏହା ସହ ଗତ ଦିନରେ ହୋଇ ଥିବା ଘୁ.ଉଦୟଗିରି ଷ୍ଟାଡିୟମ କାମ ଗୁଡିକରେ ଆନିୟ ମିତତା ହୋଇ ଥିବା ଅଭିଯୋଗ ଆଣିଛନ୍ତି I ଏହାର ତଦନ୍ତ ପାଇଁ ମଧ୍ୟ ସମାଜସେବୀ ମହମ୍ମଦ ଜିଆଉଦ୍ଦିନ ଦାବୀ କରିଛନ୍ତି I ଘଟଣା ସମ୍ପର୍କରେ ଘୁ.ଉଦୟଗିରି କ୍ରୀଡାବିତ ଫୁଟବଲ ଖେଳାଳି ଏବଂ ୧୧ ନମ୍ବର ୱାର୍ଡର ପୂର୍ବତ୍ତନ କାଉଁସିଲର ନାଗେଶ୍ୱର ବେହେରାଙ୍କ ପ୍ରତିକ୍ରିୟା ଗ୍ରହଣ କରିଥିଲୁ I ଏହା ଘୁ. ଉଦୟଗିରି ଖେଳ ପ୍ରେମୀ ଏବଂ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟ ଜଣକ ଘଟଣା I ସରକାର ଲକ୍ଷ ଲକ୍ଷ ଟଙ୍କା ଘୁ.ଉଦୟଗିରିର ଖେଳାଳିଙ୍କ ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି I କିନ୍ତି ତାହା ବର୍ତ୍ତମାନ ସୁଦ୍ଧା ଖେଳାଳି ବିକାଶ ରେ ସହାୟକ ହୋଇ ପାରିନାହିଁ I ତେଣୁ ଯଥା ଶୀଘ୍ର ଷ୍ଟାଡିୟମ କାମ ସମାପ୍ତ କରିବା ସହ ଖେଳାଳିଙ୍କ ସ୍ୱାର୍ଥ ପାଇଁ ଷ୍ଟାଡିୟମ ବ୍ୟବହାର କରିବା ପାଇଁ ଦାବୀ କରିଛନ୍ତି ନାଗେଶ୍ୱର ବେହେରା I ଅନେକ ଦିନ ହେବ ଅଞ୍ଚର ଖେଳପ୍ରେମୀ, ଖେଳାଳି, ସାଧାରଣ ଜନତା ଷ୍ଟାଡିୟମ କାମ ସରିବା ସହ ଖେଳାଳିଙ୍କ ସ୍ବାର୍ଥ ପାଇଁ ବ୍ୟବହାର ସକାଶେ ଦାବୀ କରି ଆସୁଛନ୍ତି I କିନ୍ତୁ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନ ଥିବା ସମାଜସେବୀ ମତପ୍ରକାଶ କରିଛନ୍ତି I

Related news

Skip to toolbar