କନ୍ଧମାଳ ସନ୍ତାନ

Breaking News

କୃଷିବିଜ୍ଞାନ କେନ୍ଦ୍ର ଘୁ.ଉଦୟଗିରି ପକ୍ଷରୁ ଉନ୍ନତମାନର ବିହନ ଉତ୍ପାଦନ ତାଲିମ ଶିବିର ଅନୁଷ୍ଠିତ..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୩/୧୦/୨୦୨୦ ତାରିଖରେ ଉନ୍ନତମାନର ବିହନ ଉତ୍ପାଦନ ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି I ଏହି ତାଲିମ ଶିବିରରେ ୨୦ରୁ ଉର୍ଦ୍ଧ୍ବ କୃଷକ ୨୫ ଦିନ ଧରି ତାଲିମ ଗ୍ରହଣ ଗ୍ରହଣ କରିବା ପରେ ପରୀକ୍ଷା ଅନୁଷ୍ଠିତ ହୋଇ ଥିବା ସିନିୟର ସାଇନଟିଷ୍ଟ ଡକ୍ଟର ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି I ତାଲିମ ଶିବିରର ପରୀକ୍ଷା ତଦାରଖ କରିବା ପାଇଁ ଭାରତୀୟ କୃଷି କୌଶଳ ପରିଷଦ, ଓଡିଶା ମୁଖ୍ୟ ସଂଯୋଜକ ରୁଦ୍ର ପ୍ରସାଦ ମହାନ୍ତି ଏବଂ ଏଏସଆଇ ଅଧିକାରୀ ବୈକୁଣ୍ଠ ନାଥ ବେଉରା ଯୋଗ ଦେଇ ଥିଲେ I ଏହି ତାଲିମ ଶିବିରରେ କୃଷକମାନଙ୍କୁ ଉନ୍ନତମାନର ତୌଳବୀଜ, ଡାଲିଜାତୀୟ, ଧାନ, ହଳଦୀ ଇତ୍ୟାଦି ଫସଲର ଉନ୍ନତ ବିହନ ଉତ୍ପାଦନର ପ୍ରଣାଳୀ ସମ୍ପର୍କରେ ବୈଶୟିକ ଜ୍ଞାନ କୌଶଳ ପ୍ରଦାନ କରାଯାଇ ଥିବା ଡକ୍ଟର ଦେବାଶିଷ ମିିିଶ୍ର ମତ ପ୍ରକାଶ କରିଛନ୍ତି I

Related news

Skip to toolbar