କନ୍ଧମାଳ ସନ୍ତାନ

Breaking News

ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ମହିଲାନେତ୍ରୀ ଜାଲିନା ପ୍ରିୟଦର୍ଶିନୀ ମନୋନିତ…

କନ୍ଧମାଳ ସନ୍ତାନ(ବ୍ୟୁର): ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ପୁନର୍ଗଠନ କରିବା ପରେ କନ୍ଧମାଳ ଜିଲ୍ଲାର ଆଗ ଧାଡ଼ିର ସଂଖ୍ୟାଲଘୁ  ସମ୍ପ୍ରଦାୟର ନାରୀ ନେତ୍ରୀ ଜାଲିନା ପ୍ରିୟଦର୍ଶିନୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ରାଜ୍ୟ ବିଜେଡି ସଭାପତି ନିଯୁକ୍ତ କରିବା ପରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଜାଲିନାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଜାଲିନା ହେଉଛନ୍ତି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଘୁ.ଉଦୟଗିରି ଏନଏସି ର ୮ନଂ ୱାର୍ଡର ବାସିନ୍ଦା । ସେ ପୂର୍ବରୁ ସ୍ଥାନୀୟ ଏନଏସିରେ କାଉନସିଲର, ରାଜ୍ୟ ମହିଳା କମିଶନ ସଦସ୍ୟା, ରାଜ୍ୟ ଶିଶୁ କଲ୍ୟାଣ ବୋର୍ଡ ସଦସ୍ୟା ଥିଲେ । ବର୍ତ୍ତମାନ ରାଜ୍ୟ ସ୍ଥରରେ ଏହି ଦାୟିତ୍ୱ ମିଳିବା ପରେ ଜିଲ୍ଲା ବିଜେଡି ସଭାପତି ପଦ୍ମନାଭ ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ଦଳୀୟ ନେତା କର୍ମୀ ଶୁଭେଚ୍ଛା ଜଣେଇବା ସହ ଅଭିନନ୍ଦନ ଜଣେଇଛନ୍ତି ।

Related news