କନ୍ଧମାଳ ସନ୍ତାନ

Breaking News

ସାମ୍ବାଦିକ ତାରିଣୀ ପାଢ଼ୀଙ୍କ ବିୟୋଗରେ ଓଜେୟୁ ତରଫରୁ ଶୋକ ଶୋଭା….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ପ୍ରମେୟ ପ୍ରତିନିଧି ତାରିଣୀ ପାଢ଼ୀଙ୍କ ବିୟୋଗରେ ଆଜି ଜି. ଉଦୟଗିରି ଠାରେ ଓଡିଶା ସାମ୍ବାଦିକ ସଂଘ ସହିତ ଘୁମୁସର ମିଡିୟା ୟୁନିୟନ ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସମ୍ବାଦିକ ପତିତପାବନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ କୋଭିଡ ଯୋଦ୍ଧା ନିର୍ଭୀକ, କର୍ମଠ,ସାହାସୀକତାର ପରିଚୟ ଦେଇ ଶେଷ ସମୟ ପଯ୍ର୍ୟନ୍ତ କାଯ୍ଯରତ ଥିବା ଶ୍ରୀ ପାଢ଼ୀଙ୍କ ଅମର ଆତ୍ମା ର ସତଗତି ନିମନ୍ତେ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତ ଶ୍ରୀ ପାଢ଼ୀଙ୍କ ଶୋକସନ୍ତପ୍ତ ପରିବାରକୁ ପରେମଶ୍ବର ଏହି ଭଳି ଦୁଖ ସମୟକୁ ଧଯ୍ୟର ସହ ମୁକାବିଲା କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ଏହା ସହିତ କୋଭିଡ ଯୋଧା ଭାବେ ଯେଉଁ ସରକାରୀ ସାହାଯ୍ୟ ରହିଛି ତାହା ପରିବାରକୁ ମିଳିବା ଦିଗରେ କାମ ତ୍ୱରିତ ହେବା ଆବଶ୍ଯକ ବୋଲି ଶୋଭାରେ ମତ ପ୍ରକାଶ ପାଇଥିଲା I ଶୋକସଭାରେ ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର, ଗଗନ କୁମାର ପ୍ରଧାନ, ବଟକୃଷ୍ଣ ଦାଶ, ଚନ୍ଦ୍ର ଶେଖର ପାଢ଼ୀ, ଅନୀଲ ଦଳବେହେରାଙ୍କ ସହ ସାମନ୍ତ ଶେଖର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Related news