କନ୍ଧମାଳ ସନ୍ତାନ

Breaking News

ପୂର୍ବତନ ସେନାବାହିନୀ ସଦସ୍ୟଙ୍କୁ ସମ୍ବର୍ଦ୍ଧନା ସହ ବୃକ୍ଷରୋପଣ ଓ ସମ୍ମାନ ପ୍ରଦାନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବେଥଲ କ୍ୟାମ୍ପସ ଠାରେ ଭାରତୀୟ ମାନବାଧିକାର ପରିଷଦ (BHRC) ପକ୍ଷରୁ ପୂର୍ବତନ ସେନାବାହିନୀ(Ex-Army) ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦାନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ BHRCର ପ୍ରତିଷ୍ଠାତା ଓ ଚେୟାରପର୍ସନ ଡ଼ଃ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ସେନାବାହିନୀ ସଦସ୍ୟଙ୍କ ଦେଶ ପ୍ରତି ଅମୂଲ୍ୟ ଅବଦାନକୁ ପ୍ରଶଂସା କରିଥିଲେ । ସେମାନଙ୍କୁ ସମ୍ମାନପତ୍ର ଓ ସ୍ମାରକ ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଡ଼ଃ ଜ୍ୟୋତି ରାଜ, ଡ଼ଃ ଆଶିଷ କୁମାର ନାୟକ, ମହମ୍ମଦ ମୁସ୍ତଫା, ମନୋଜ କୁମାର ନାୟକ, ସନ୍ତୋଷ କୁମାର ଦିଗାଲ ଓ ହେବାଲ ନାୟକ ଉପସ୍ଥିତ ଥିଲେ । ଏହି ଅବସରରେ କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବହୁ ପଦାଧିକାରୀ ଓ ସଦସ୍ୟ ଯୋଗଦେଇଥିଲେ । ଅତିଥି, ପୂର୍ବତନ ସେନାବାହିନୀ ସଦସ୍ୟ ଓ BHRCର କର୍ମକର୍ତ୍ତାମାନେ ମିଳିତ ଭାବେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ । ଡ଼ଃ ପୂର୍ଣ୍ଣଚନ୍ଦ୍ର ସାହୁ କହିଥିଲେ, “ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ବୃକ୍ଷ ହିଁ ଆମର ଜୀବନ” ସେ ସମସ୍ତଙ୍କୁ ଅଧିକ ବୃକ୍ଷରୋପଣ କରିବା ସହ ଲଗାଯାଇଥିବା ଚାରାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ । ଶେଷରେ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ପଦାଧିକାରୀ ଓ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ ଡ଼ଃ ସାହୁ କହିଥିଲେ ଯେ, BHRC ସଦା ସାଧାରଣ ଲୋକଙ୍କ ସେବା ଓ ମାନବାଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛି । ସମ୍ବର୍ଦ୍ଧିତ ପୂର୍ବତନ ସେନାବାହିନୀ ସଦସ୍ୟମାନେ ମଧ୍ୟ BHRCର ସମାଜସେବା କାର୍ଯ୍ୟର ପ୍ରଶଂସା କରି ଆଗାମୀ ଦିନରେ ସହଯୋଗ ଜାରି ରଖିବେ ବୋଲି କହିଥିଲେ । ଶେଷରେ “ଜୟ ଜୱାନ, ଜୟ କିଷାନ, ଜୟ ହିନ୍ଦ” ଧ୍ୱନି ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।

Related news