କନ୍ଧମାଳ ସନ୍ତାନ(ବ୍ୟୁର): ଆଜି ଘୁ.ଉଦୟଗିରି ବ୍ଲକ ସ୍ଥିତ ସିରିକି ଉଚ୍ଚ ବିଦ୍ୟାଳୟ ଠାରେ ପରିଚାଲନା କମିଟି, ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ନେଇ ଚଳିତ ଶିକ୍ଷା ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଅଛି । ପ୍ରଥମେ ପରିଚାଲନା କମିଟିର ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଦୁଃଖିଶ୍ୟାମ ବେହେରା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ବରିଷ୍ଠ ଶିକ୍ଷକ ସରୋଜ କୁମାର ସାହୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତା ଓ ଉପାଧ୍ୟକ୍ଷା ଝିଲି କୁମାରୀ ଦିଗାଲଙ୍କ ସହ ସଦସ୍ୟ ପ୍ରଦୀପ କୁମାର ପ୍ରଧାନ, ଅଞ୍ଜଳି ନାୟକ, କୀର୍ତ୍ତନ ସାହୁ, ଲକ୍ଷ୍ମୀଧର ମଲ୍ଲିକ, କୁବେର ପ୍ରଧାନ, ରେଣୁକା ପ୍ରଧାନ, ହିମାବତି ପ୍ରଧାନ, ନମିତା ପ୍ରଧାନ, କାନ୍ଦ୍ରିମା ପ୍ରଧାନ, ସୁଶୀଲ ପ୍ରଧାନ, ମାମି ପ୍ରଧାନଙ୍କ ସମତେ ବହୁ ଅଭିଭାବକ/ଅଭିଭାବିକା, ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହିଥିଲେ । ବିଦ୍ୟାଳୟରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଏବଂ ଶିକ୍ଷା ଦାନ ବ୍ୟବସ୍ତା ଉପରେ ମତବ୍ୟକ୍ତ ପ୍ରଦାନ କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ତଥା କମିଟିର ସଚିବ ଶାନ୍ତନୁ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।




