କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରର ଜଣେ ଜଣାଶୁଣା ବରିଷ୍ଠ ବ୍ୟବସାୟୀ ଏସ ନାରାୟଣ ପାତ୍ରଙ୍କ (୯୦)ବର୍ଷ ବୟଷରେ ବିୟୋଗ ଘଟିଛି । ଦୀର୍ଘ ବର୍ଷ ଧରି ସ୍ଥାନୀୟ ସହରରେ ବ୍ୟବସାୟ କରିଆସୁଥିଲେ । ସେ ଜଣେ ସରଳ, ନିଷ୍କପଟ, ଧର୍ମ ପାରାୟନ ବ୍ୟକ୍ତି ଥିଲେ । କିଛି ଦିନ ହେଲା ଅସୁସ୍ଥତା କାରଣରୁ ତାଙ୍କ ଚିକିତ୍ସା ଚାଲିଥିଲା । ଆଜି ସନ୍ଧ୍ୟାରେ ତାଙ୍କ ବିୟୋଗ ହୋଇଯାଇଥିବା ସୂଚନା ମିଳିଛି । ସ୍ବର୍ଗତ ପାତ୍ରଙ୍କ ବିୟୋଗ ଖବର ପ୍ରଚାର ହେବା ପରେ ତାଙ୍କ କଚେରୀ ସାହି ସ୍ଥିତ ବାସ ଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ସ୍ଥାନୀୟ ସହରବାସୀ ଉପସ୍ଥିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ତିନି ପୁଅ ତିନି ଝିଅ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ବ୍ୟବସାୟୀ ସଙ୍ଘ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇ ତାଙ୍କ ବାସ ଭବନରେ ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିବା ସହ ଶେଷ କୃତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ଥାନୀୟ ଧବଳେଶ୍ୱର ମନ୍ଦିର ଶ୍ମଶାନ ଘାଟରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ବଡ଼ ପୁଅ ମୁଖାଗ୍ନି ଦେଇଥିଲେ ।




