କନ୍ଧମାଳ ସନ୍ତାନ(ବ୍ୟୁର): ଆଜି କଂଗ୍ରେସ କର୍ମୀଙ୍କ ସହ ସାକ୍ଷାତକାରରେ ନିଜର ମନର କଥା ପ୍ରକାଶ କରିଛନ୍ତି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ l ପୂର୍ବତ୍ତନ ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି/ ପୂର୍ବତ୍ତନ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଘୁ.ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦର କଂଗ୍ରେସ କର୍ମୀ ଆଜି ଘୁ.ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ସାଖ୍ୟାତ କରି ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଆଗଧାଡିର କଂଗ୍ରେସ ଯୁବନେତା ଶଶାନନ୍ଦ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ବୀରେନ୍ଦ୍ର ମହାମଳିକ, ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ-13ର କାଉନ୍ସସିଲର ପ୍ରାର୍ଥୀ ଶୁଭ୍ରମନ୍ୟୁ ନାୟକ, ସଂଜୟ ଦିଗାଳ, ରାଜେଶ ସାହୁ, ତଲାରୀ ମାହା ସମିତି ସଭ୍ୟ ଉମେଶ ପ୍ରଧାନ, ଅଜିତ ନାୟକ, ସନ୍ତୋଷ ପ୍ରଧାନ, ଯଶବନ୍ତ ପ୍ରଧାନ, ମହାନନ୍ଦ ପ୍ରଧାନ, ରୁବେନ କୁମାର ପ୍ରଧାନ, ଅନିଲ କୁମାର ପ୍ରଧାନ, ଦିଲୀପ ନାୟକ, କରଣପାଲ ପ୍ରଧାନ, ଦୀପକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମୟରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ନିଯୁକ୍ତି, ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି, ମେଡିସିନି ସ୍ପେଶାଲିଷ୍ଟ ସମେତ ନିଯୁକ୍ତି ସହ ଅନ୍ୟାନ୍ୟ ପଦବୀ ପୁରଣ ପାଇଁ ଦାବୀ କରିଥିଲେ ଯୁବନେତା ଗଗନ କୁମାର ପ୍ରଧାନ ଓ ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ମହାପାତ୍ର l ଘୁ.ଦୟଗିରି ବ୍ଲକରେ କଂଗ୍ରେସ ଦଳକୁ ଶୁଦ୍ଧୃଢ଼ କରିବା ପାଇଁ ଘୁ.ଉଦୟଗିରି କଂଗ୍ରେସ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ଯୁବନେତା ଶଶାନନ୍ଦ ପ୍ରଧାନ l ଏହା ସହ ଘୁ.ଉଦୟଗିରି ବାଇପାସର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ସରକାରଙ୍କ ପାଖରେ ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ନିମନ୍ତେ ଦାବୀ ଉପସ୍ଥାପନା କରିବା, ଘୁ.ଉଦୟଗିରି ସହର ମଧ୍ୟରେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ବିପଦ ସଂକୁଳ ଅବସ୍ଥାରେ ବେପାର କରୁଥିବା ପରିବା ଚାଷୀ ଓ ବେପାରିଙ୍କୁ ସ୍ୱତନ୍ତ୍ର ସ୍ଥାନ ଯୋଗାଇବା, ଘୁ.ଉଦୟଗିରି ଶୀତଳ ଭଣ୍ଡାରର ପୁନଃରୁଧାର, ଘୁ.ଉଦୟଗିରି ସହରରୁ ବିଭିନ୍ନ ସହରକୁ ସରକାରୀ ବସ ଚଳାଚଳ, ଚାଷ ଜମିକୁ ଜଳସେଚନ ସମେତ ସିର୍କି ଘାଇର ଓ କେନାଲର ପୁନଃ ରୁଦ୍ଧାର ଇତ୍ୟାଦି ଦାବୀ ସରକାରଙ୍କ ପାଖରେ ଉପସ୍ଥାପନା କରିବା ସହ ଦାବୀ ପୁରଣ ପାଇଁ ମାନ୍ୟବର ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ଯୁବନେତା ତଥା ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ଅନୁରୋଧ କରିଛନ୍ତି l ଏପରି ଭାବରେ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ଘୁ.ଉଦୟଗିରି କଂଗ୍ରେସର ନେତା ଓ କର୍ମୀ l ଘୁ.ଉଦୟଗିରି ବାସୀଙ୍କ ପାଇଁ ଏହି ଦାବୀ ପୁରଣ ନିତାନ୍ତ ଜରୁରୀ ବୋଲି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କହିବା ସହ ଦାବୀ ପୁରଣ ପାଇଁ ମୁଁ ପ୍ରତିଶୃତିବଦ୍ଧ ବୋଲି ମତବ୍ୟକ୍ତ କରିଛନ୍ତି l