ଘୁ.ଉଦୟଗିରି(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ଯ ରାଜପଥ ନିକଟ ରାଇପଦା ଠାରେ ସନ୍ଧ୍ୟା ୮ ଘଣ୍ଟିକା ଠାରୁ ହାତୀପଲ ଉପଦ୍ରବ କରୁଥିବା ସୂଚନା ମିଳିଛି। ସୂଚନା ଅନୁସାରେ କିଛି ଦିନ ହେବ ୨୮ ଟିକିଆ ହାତୀପଲ କୁରୁମିଙ୍ଗିଆ ଅଞ୍ଚଳରେ ଥିଲେ କିନ୍ତୁ ବର୍ତ୍ତମାନ ରାଇପଦା ଠାରେ ରାଜ୍ଯ ସଡ଼କର ଅତି ନିକଟରେ ଥିବା ଯୋଗୁଁ ଯାତ୍ରୀ ଆତଙ୍କିତ ଅବସ୍ଥାରେ ଯାତାୟତ କରୁଛନ୍ତି । ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ବନବିଭାଗ କର୍ମଚାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ହାତୀପଲ ଉପରେ ତିକ୍ଷ୍ଣ ଦୃଷ୍ଟି ରଖିବା ସହ ହାତୀପଲକୁ ଘୋଉଡ଼ାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।