ଘୁ.ଉଦୟଗିରି(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଡ଼ିଓ ମନୋଜ କୁମାର ଦେବତାଙ୍କ ବରଗଡ଼ ଜିଲ୍ଲାକୁ ବଦଳି ହୋଇଯିବା ପରେ ତାଙ୍କ ସ୍ଥାନରେ ଶରତ କୁମାର ମଲିକ ନୂତନ ବିଡିଓ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ନୟାଗଡ଼ ଜିଲ୍ଲା ବୋଲଗଡ଼ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ମଲିକ କାର୍ଯ୍ୟରେ ଯୋଗ ଦେବା ପରେ ସ୍ଥାନୀୟ ବ୍ଲକର ସମସ୍ତ କର୍ମଚାରୀ ତାଙ୍କୁ ସ୍ବାଗତ କରିବା ସହ ବ୍ଲକର ବିଭିନ୍ନ ତଥ୍ୟ ଏବଂ ସୂଚନା ପ୍ରଦାନ କରିଥିଲେ । ସମସ୍ତ ପଞ୍ଚାୟତର ସରପଞ୍ଚମାନେ ମଧ୍ଯ ନୂତନ ବିଡ଼ିଓଙ୍କୁ ସାକ୍ଷାତ କରି ସ୍ୱାଗତ ଜଣେଇଥିଲେ ଓ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଅଧା ରହିଥିବା କାର୍ଯ୍ୟ ଗୁଡ଼ିକ ଯଥା ଶୀଘ୍ର ଶେଷ କରିବା ପାଇଁ ଅନୁରୋଧ କରିଥିଲେ ।