ଘୁ.ଉଦୟଗିରି(ଚିନ୍ମୟ କୁମାର ସେଠୀ): ପ୍ରଧାନମନ୍ତ୍ରୀ ଆବାସ ଘର କରିବା ନିମନ୍ତେ କାର୍ଯ୍ୟାଦେଶ ମିଳିଲା ହେଲେ ଘର ତିଆରି କରିବା ପାଇଁ ଜାଗା ମିଳିଲା ନାହିଁ । ଘର କରିବେ କୋଉଠି ଚିନ୍ତାରେ ହିତାଧିକାରୀ ଲକ୍ଷ୍ମୀ ପ୍ରଧାନ । ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମ ପଞ୍ଚାୟତର କୁର୍ମୀଙ୍ଗିଆ ଗ୍ରାମରେ । ଲକ୍ଷ୍ମୀ ପ୍ରଧାନଙ୍କ ପରିବାର ପାଖରେ ଖଣ୍ଡେ ଜାଗା ନଥିବାରୁ ନିଜର ଚାରିଜଣ ଛୁଆ ଏବଂ ସ୍ବାମୀଙ୍କୁ ନେଇ ଏ ଆଦୁଆରେ ସେ ଦୁଆରରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ଏନେଇ ଅଭିଯୋଗ ହେବା ପରେ ପ୍ରଶାସନ ତାଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ଅନ୍ତଦୟ ଯୋଜନାରେ ଘର କରିବା ନିମନ୍ତେ ଗତ ୩୦ ତାରିଖ ଦିନ କାର୍ଯ୍ୟାଦେଶ ଦେଇଛନ୍ତି ହେଲେ ଘର କରିବା ନିମନ୍ତେ ଜାଗା ଖଣ୍ଡେ ନଥିବାରୁ କୋଉଠି ଘର ତିଆରି କରିବେ ସେ ଚିନ୍ତାରେ ଅଛନ୍ତି ଲକ୍ଷ୍ମି ଓ ତାଙ୍କପରିବାର ।ସରକାରଙ୍କ ତରଫରୁ ଖଣ୍ଡେ ଜାଗା ଦେବା ପାଇଁ ବାରମ୍ବାର ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣିନଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମୀ ।