କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରିରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଧୂମଧାମରେ ପାଳିତ…

ଘୁ.ଉଦୟଗିରି(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ହିନ୍ଦୁ ଧର୍ମର ରୀତି ନୀତି ଅନୁସାରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଧୁମଧାମରେ ପାଳିତ ହୋଇଯାଇଛି I ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା ସଭା ଶେଷ ହେବା ପରେ ଉପସ୍ଥିତ ଜନସାଧାରଣଙ୍କ ଦ୍ୱାରା ନଗର ପରିକ୍ରମା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲଡ଼ୁ କିଶୋର ରଥ, ଅବସର ପ୍ରାପ୍ତ ଅଧ୍ୟାପକ ଓ ମୁଖ୍ୟବକ୍ତା ଭାବେ ଶାନ୍ତନୁ କୁମାର ମାଝୀ, ପ୍ରାନ୍ତ ସେବା ପ୍ରମୁଖ ଅରବିନ୍ଦ ପ୍ରଧାନ, ଜିଲ୍ଲା କାର୍ଯ୍ୟବାହ ଅନିଲ କୁମାର ପଟ୍ଟନାୟକ, ଭେଙ୍କଟେଶ୍ୱର ବେହେରା, ସନ୍ତୋଷ କୁମାର ମୁନୀ ପ୍ରମୁଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମକୁ ଭାସ୍କର ସାମଲ ପରିଚାଳନା କରିଥିଲେ  I ଅନ୍ୟ ମାନଙ୍କ ମଧ୍ୟରେ ଘୁ.ଉଦୟଗିରି ଅଞ୍ଚଳର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ଶତାଧିକ ଜନସାଧାରଣ ଉପସ୍ଥିତ ରହି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷକୁ ମହା ଆଡ଼ମ୍ବରରେ ପାଳିବା ସହ ସଫଳ କରିଥିଲେ

Related news

Skip to toolbar