ଘୁ.ଉଦୟଗିରି(ଚିନ୍ମୟ କୁମାର ସେଠୀ)ବିଗତ ବର୍ଷ ଭଳି ଚଳିତ ବର୍ଷ ଘୁମୁସର ଜଙ୍ଗଲରୁ କନ୍ଧମାଳ ମୁହାଁ ହୋଇଛନ୍ତି ୨୮ ଟିକିଆ ହାତୀପଲ I ସୂଚନା ଅନୁସାରେ ଗତକାଲି ଅର୍ଥାତ ଶନିବାର ମଧ୍ୟ ରାତ୍ରୀରେ ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଜେଲି ଗ୍ରାମ ନିକଟସ୍ଥ ଡାଗାରମୁଣ୍ଡା ର କାଟିବାଜୁ ଅଞ୍ଚଳ ରେ ୨୮ ଟିକିଆ ଜଙ୍ଗଲୀ ହାତୀପଲ ପଶି ଫସଲ ଖାଇବା ସହ ନଷ୍ଟ କରିଥିବା ଅଭିଯୋଗ ହୋଇଛି I ଛୋଟ ବଡ଼ ମିଶି ୨୮ ଟି ହାତୀଙ୍କ ପାଦ ଚି଼ହ୍ନ,ମଳ ଚାଷ ଜମିରେ ଚାଷ ଜମିରେ ଦେଖିବା ସହ ହାତୀପଲ ବ୍ୟାପକ ଫସଲ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି I ସୁଜେଲି ଗ୍ରାମବାସୀ ଙ୍କ ମଧ୍ୟରେ ରାମନାଥ ପ୍ରଧାନ,କରନ ସାହୁ,ସୁମନ୍ତ ପ୍ରଧାନ, ରୁନା ପ୍ରଧାନ, ରୋଦନା ପ୍ରଧାନ, ବକ୍ସି ପ୍ରଧାନଙ୍କ କହିବା ପ୍ରକାରେ ଗତକାଲି ବିଳମ୍ବିତ ରାତିରେ ୨୮ ଟିକିଆ ହାତୀ ପଲ ଆସି ତାଙ୍କ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେ I ଆନୁମାନିକ ଭାବେ ଲୋକଙ୍କ କହିବା ପ୍ରକାରେ ଦନ୍ତା ହାତୀ ୩ ଗୋଟି, ଛୁଆ ହାତୀ ୧୫ ଗୋଟି ଏବଂ ବଡ଼ ହାତୀ ୧୦ ଗୋଟି ହାତୀପଲ ମଧ୍ୟରେ ରହିଛନ୍ତି I ଲୋକେ ତାଙ୍କୁ ସେଠାରୁ ଘଉଡ଼ିବା ରୁ ଜଙ୍ଗଲ ମଧ୍ୟକୁ ପଳେଇଛନ୍ତି I ସଂନ୍ଧ୍ୟା ହେଲେ ପୁଣି ଫସଲ ମୁହାଁ ହେବେ ବୋଲି ଗ୍ରାମବାସୀ ଆଶଙ୍କାରେ ରହିଥିବା କହିଛନ୍ତି I ଏ ନେଇ ଜଙ୍ଗଲ ବିଭାଗ କୁ ସୂଚନା ଦେଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଲୋକେ ଅଭିଯୋଗ ଆଣିଛନ୍ତି I ଏ ନେଇ ଅତିରିକ୍ତ ବନ ସଂରକ୍ଷକ ଅଧିକାରୀ କାଜୋଲ ନାୟକଙ୍କୁ ବୁଝିବାରୁ ସେ କହିଲେ ଉକ୍ତ ହାତୀ ପଲ ଉତ୍ତର ବନ ଖଣ୍ଡ ରମ୍ଭା ରେଞ୍ଜକୁ ପଳେଇ ଗଲେ I