କନ୍ଧମାଳ ସନ୍ତାନ

Breaking News

ଜୋର ଧରିଲା ଘୁ.ଉଦୟଗିରି ଉପଖଣ୍ଡ ମାନ୍ୟତା ଦାବୀ, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କ ଜରିଆରେ କଂଗ୍ରେସ ପକ୍ଷରୁ ଦାବୀ ପତ୍ର ପ୍ରଦାନ….

କନ୍ଧମାଳ(ବ୍ୟୁର): ପୁଣି ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ଦାବୀ କରିଛି କଂଗ୍ରେସ l ଏହି ଦାବୀରେ ସ୍ଥାନୀୟ ତହସିଲଦାରଦାରଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି କଂଗ୍ରେସ ଦଳର କର୍ମକର୍ତ୍ତା l ଆଜି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି/ପୂର୍ବତ୍ତନ ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବରିଷ୍ଟ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର, ବରିଷ୍ଟ କଂଗ୍ରେସ କର୍ମୀ ଗୋପାଳ ପାତ୍ର, କଂଗ୍ରେସ କର୍ମୀ ଶୁଭ୍ରାଂଶୁ ନାୟଜ, ଯୁବନେତା ଶଶାନନ୍ଦ ପ୍ରଧାନ, କଂଗ୍ରେସ କର୍ମୀ ବାଲୁଙ୍କେଶ୍ୱର ମଲ୍ଲିକ, ଅଜିତ କୁମାର ନାୟକ, ଦିଲୀପ ନାୟକ, ସଂଜୟ କୁମାର ଦିଗାଳ, ରାଜେଶ କୁମାର ସାହୁ, ଅନିଲ ପ୍ରଧାନ, ଦିଲୀପ ନାୟକ, ଯଶବନ୍ତ ପ୍ରଧାନ, ଲୁଲୁ ପ୍ରଧାନ, ତଲାରୀମାହା ସମିତି ସଭ୍ୟ ଉମେଶ ଚନ୍ଦ୍ର ପ୍ରଧାନ, କଳିଙ୍ଗିଆ ସମିତି ସଭ୍ୟ ମାଲ୍ୟବନ୍ତ କଁହର, ଅନ୍ୟ କଂଗ୍ରେସ କର୍ମୀ, ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ସାଧାରଣ ଜନତା ମିଳିତ ଭାବରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଏହି ଦାବୀ ପତ୍ର ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି l ଘୁ.ଉଦୟଗିରି ଉପଖଣ୍ଡ ପାଇଁ ଦାବୀ ହେବା କିଛି ନୁଆଁ ଦାବୀ ନୁହେଁ l 1960 ମସିହା ଠାରୁ ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପାଇଁ ଦାବୀ ହୋଇ ଆସୁଛି l କିନ୍ତୁ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଘୁ. ଉଦୟଗିରି ଉପଖଣ୍ଡ ଘୋଷଣା ହୋଇ ପାରୁ ନାହିଁ ବୋଲି କଂଗ୍ରେସ ବରିଷ୍ଟ କର୍ମୀ ରମାକାନ୍ତ ମହାପାତ୍ର କହିଛନ୍ତି l ପ୍ରଶାସନର ଅଣଦେଖା ଓ ବୈମାତୃକ ମନଭାବ ଯୋଗୁଁ ଆଜି ଉପଯୁକ୍ତ ଭିତ୍ତି ଭୂମି ଥାଇ ମଧ୍ୟ ଘୁ. ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ବଦଳରେ ଘୁ.ଉଦୟଗିରି ଠାରୁ ପ୍ରଶାସନ ଉପଖଣ୍ଡ ସ୍ତରୀୟ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଛି l ଏହା ଘୁ. ଉଦୟଗିରି ବାସୀଙ୍କ ପ୍ରତି ପ୍ରତାରଣା ଓ ଅତ୍ୟନ୍ତ ଚିନ୍ତା ଜନକ ଘଟଣା ବୋଲି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ମତବ୍ୟକ୍ତ କରିଛନ୍ତି l ଯଦି ସରକାର ଘୁ. ଉଦୟଗିରି ବାସୀଙ୍କ ଦାବୀ ପ୍ରତି ଯତ୍ନବାନ ନ ହୁଅନ୍ତି ତାହା ହେଲେ ଆଗାମୀ ଦିନରେ କଂଗ୍ରେସ ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ଚେତାବନୀ ଦେଇଛନ୍ତି l ଘୁ.ଉଦୟଗିରିକୁ ଯଦି ଉପଖଣ୍ଡ ଘୋଷଣା କରା ନ ଯାଏ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଯୁବ ନେତା ବ୍ଲକ ଯୁବକଂଗ୍ରେସ ସଭାପତି ଶଶାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି l ଘୁ.ଉଦୟଗିରି ବାସୀଙ୍କ ସ୍ୱାର୍ଥ ହାସଲ ପର୍ଯ୍ୟନ୍ତ ଜୀଵନର ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି କଂଗ୍ରେସ ନେତା ଗଗନ କୁମାର ପ୍ରଧାନ କହିଛନ୍ତି l

Related news

Skip to toolbar