କନ୍ଧମାଳ ସନ୍ତାନ(ବ୍ୟୁର): ବିଭିନ୍ନ ଅନୁଷ୍ଠାନରେ ଜାକଜମକରେ ୨୦୨୪ ପବିତ୍ର ଗୁରୁ ଦିବସ ପାଳିତ ହୋଇଛି l ଏହି ଅବସରରେ ଗାଁ ଠୁ ସହର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ମାନଙ୍କରେ ଡ଼.ସର୍ବ ପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବେ ପାଳନ କରି ଆସୁଛନ୍ତି ଭାରତ ବାସୀ l ‘ଗୁରୁ ‘ ଯିଏ କି ସମାଜର ଅନ୍ଧକାରକୁ ଦୁର କରି ଶିକ୍ଷାର ଆଲୋକ ପ୍ରଦାନ କରିଥାନ୍ତି l ବିନା ଗୁରୁରେ ସମସ୍ତ ଶିକ୍ଷା ଅଧୁରା ରହିଯାଏ l ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ବ ପୂର୍ଣ୍ଣ l ଏହି ସମୟରେ ଯଦିଓ ଉତ୍ତମ ଶିକ୍ଷା ନ ମିଳେ ଛାତ୍ରଛାତ୍ରୀମାନେ ପଥ ଭ୍ରଷ୍ଟ ହେବା ସହ ସମାଜର ମୁଖ୍ୟ ସ୍ରୋତରୁ ବିଚ୍ୟୁତ ହେବାର ଅନେକ ଉଦାହରଣ ଦେଖିବାକୁ ମିଳେ l କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତର ଉଲିପଦର ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟରୁ ପାବିତ୍ର ଗୁରୁ ଦିବସରେ ଗୁରୁଙ୍କ ଅଭାବ ରହିଥିବା ନେଇ ଅଭିଯୋଗ ଆସିଛି l ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ଜଣେ ନିୟମିତ ଶିକ୍ଷକ ଓ ଜଣେ ଅତିଥି ଶିକ୍ଷକ ନିଯୁକ୍ତ ହୋଇଥିଲେ l ସେଥିମଧ୍ୟରୁ ଉକ୍ତ ନିୟମିତ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ହୋଇ ଥିବା ବେଳେ ତାହାଙ୍କ ସ୍ଥାନରେ ଅନ୍ୟ କେହି ଶିକ୍ଷକ ନିଯୁକ୍ତି ହୋଇ ନାହାଁନ୍ତି l ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ପ୍ରଧାନ ଓ ଗ୍ରାମବାସୀମାନଙ୍କ କହିବା କଥା ଗତ ଦୁଇ ବର୍ଷ ହେଲାଣି ଅତିରିକ୍ତ ଶିକ୍ଷକ ପଦବୀ ପୂରଣ ପାଇଁ ସ୍ଥାନୀୟ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଦାବୀ ଜଣାଇ ଆସୁ ଥିଲେ ମଧ୍ୟ ଏଠାରେ ଶିକ୍ଷକ ପଦବୀ ପୂରଣ କରିବା ପରିବର୍ତ୍ତେ ସିଧା ସଳଖ ଥିବା ଶିକ୍ଷକଙ୍କୁ କାଢ଼ି ନିଆଯାଇଛି l ତେବେ ବିନା ଶିକ୍ଷକରେ ବିଦ୍ୟାଳୟ ଚାଲିବ କିପରି ଏଵଂ ଅତିଥି ଶିକ୍ଷକ ପାଠ ପଢା ଛଡ଼ା ଅନ୍ୟାନ୍ୟ ଦାୟିତ୍ବ ତୁଲାଇବେ କିପରି ଏବଂ ପାଞ୍ଚୋଟି ଶ୍ରେଣ କୁ ଜଣେମାତ୍ର ଅତିଥି ଶିକ୍ଷକ କିପରି ପାଠ ପଢ଼ାଇବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି l ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଗ୍ରାମ ବାସୀ ଫୋନ୍ ଯୋଗାଯୋଗ କରି କଥା ହୋଇ ଥିଲେ l ସେ ଘଟଣା ସମ୍ପର୍କରେ ନ ଜାଣିବା ଭଳି ଲିଖିତ ଅଭିଯୋଗ କରିବାକୁ କହିଥିଲେ l ଯାହା ଅତୀ ଦୁର୍ଭାଗ୍ୟ ଜନକ ବିଷୟ ଆମ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଜ୍ଞାତସାରରେ ଏହି ସ୍ଖୁଲ ଚାଲିଛି, ନା ଜାଣିଶୁଣି ଅଜଣା ହେଉଛନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପିଲାଙ୍କ ଭବିଷ୍ୟତ ପାଠପଢ଼ାକୁ ଦୃଷ୍ଟିରେ ରଖି ତୁରନ୍ତ ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବୀ କରିଛନ୍ତି ଅବିଭାବକ l ଆଗାମୀ ୧୦ତାରିଖ ସୁଦ୍ଧା ନିୟମିତ ଶିକ୍ଷକ ନିଯୁକ୍ତି କରା ନ ଗଲେ ତାଲାବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ଏଥିପାଇଁ ଜିଲ୍ଲା ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ପ୍ରଧାନ ବାବୁଲା ବିଷୋୟୀ, ସାମନ୍ତ ନାୟକ, ଯୁଗଳ ବିଷୋୟୀ, ମିଟୁ ବିଷୋୟୀ ସୁକାନ୍ତ ପରିଚ୍ଛା, ପ୍ରଭାକର ରଣ ସିଂଙ୍କ ସମେତ ସମସ୍ତ ଗ୍ରାମବାସୀ ।