କନ୍ଧମାଳ ସନ୍ତାନ

Breaking News

ଘୁ. ଉଦୟଗିରି କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀର ରପ୍ୟାଜୟନ୍ତି ସଙ୍ଗଠନର ସଭାପତି ପ୍ରଶାନ୍ତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଘୁ.ଉଦୟଗିରି ଦୁଗୁଡ଼ି ସ୍ଥିତ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ରୌପ୍ୟ ଜୟନ୍ତୀକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷl ସୁଷମା ପ୍ରଧାନ, ଅବସର ପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲ୍ଲିକ, ଜିଲା ମୁଖ୍ୟ କୃଷି ଅଧିକାରୀ ତୁଷାର କାନ୍ତ ସାମଲ, ସମାଜସେବୀ ସୁଳ ପାଣି ଶତପଥି ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମକୁ ସଙ୍ଗଠନର ସମ୍ପାଦକ ଇ ହରିଶଙ୍କର ରାଉତ ପରିଚାଳନା କରିଥିବା ବେଳେ ପ୍ରଥମେ ଯେତେବେଳେ ସ୍ଵାତୀ ଜନ୍ମ ନେଲା ବର୍ତ୍ତମାନର ନବନିର୍ବାଚିତ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ସେତେବେଳ ସେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ l ତାଙ୍କର ସୁପାରିଶ କ୍ରମେ ବର୍ତ୍ତମାନର ଅବସର ପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତତ୍କାଳୀନ ମୁର୍ତିକା ସଂରକ୍ଷଣ ଅଧିକାରୀ ରାଘବ ମଲ୍ଲିକଙ୍କ ପ୍ରେରଣାରେ ସଙ୍ଗଠନ ଏହି ସ୍ଥାନରେ ପହଞ୍ଚି ପରିଛି। ତେଣୁ ସଙ୍ଗଠନ ଏହି ଦୁଇ ଅତିଥିଙ୍କୁ ପାଇ ଆନନ୍ଦିତ। ଉପସ୍ଥିତ ଅତିଥିମାନେ କୃଷିର ବିକାଶ ସାଙ୍ଗକୁ ମାଣ୍ଡିଆ ଚାଷ ଉପରେ ଗୁରୁତ୍ବ ଦେଇ କରିଥିଲେ । ପରେ ଆୟୋଜିତ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇ ସମାଜସେବୀ ଗଦାଧର ନାୟକ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁଙ୍କୁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ଅରୁଣ କୁମାର ଷଡ଼ଙ୍ଗୀ, ପ୍ରଶନ କୁମାର ମିଶ୍ର, ପତିତପାବନ ସାହୁ, ପ୍ରତାପ ଚନ୍ଦ୍ର ପାଢ଼ୀ, ରାମକୃଷ୍ଣ ଚୌଧୁରୀ ଓ ଗଗନ କୁମାର ପ୍ରଧାନ, ବହୁ ସମାଜସେବୀ ଓ ବୁଦ୍ଧିଜୀବି ଅଂଶଗ୍ରହଣ କରିଥିଲେ । ଆୟୋଜିତ ଡୁଇ ଦିନିଆ ରୋପ୍ୟଜୟନ୍ତୀ ଅବସରରେ ସୋମ ବାର ରକ୍ତଡାନ ଶିବିର ଅନୁଷ୍ଠିତ ହେବ । ଶେଷରେ ପ୍ରଦୀପ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ପରିଚାଳନାରେ ଗିରିଶ ସାମଲ, ରମେଶ ବେହେରା ଓ ବିଶ୍ବରଂଜନ କର ପ୍ରମୁଖ ସହଯୋଗ କରିଥିଲେ ।

ସେହିପରି  ଏହି ଗସ୍ତ ବେଳେ ନବନିର୍ବାଚିତ ବିଧାୟକ ସ୍ଥାନୀୟ ପିଡବ୍ଲୁଦି ବଙ୍ଗଳା ଠାରେ ଅଂଚଳର ସମସ୍ୟା ସମ୍ପର୍କରେ ପ୍ରେସ କ୍ଲବର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି l ପ୍ରେସ କ୍ଲବର ସଦସ୍ୟ ଘୁ.ଉଦୟଗିରିକୁ ଉପଖଣ୍ଡର ମାନ୍ୟତା, ଘୁ.ଉଦୟଗିରି ଠାରେ ରକ୍ତ ଭଣ୍ଡାର ସ୍ଥାପନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ ସହ ଡାକ୍ତର ନିଯୁକ୍ତି, ଶୀତଳ ଭଣ୍ଡାର ପୁନଃରୁଧାର, ବାଇପାସ ରାସ୍ତାର ନିର୍ମାଣ କାମ ଆରମ୍ଭ, ବସ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନେଇ ସରକାରଙ୍କ ପାଖରେ ବିଧାନସଭା ଅଧିବେଶନରେ ଦାବୀ ଉପସ୍ଥାପନା କରିବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି l ଏହା ସହ ପ୍ରେସ କ୍ଲବ ପାଇଁ କାର୍ଯ୍ୟାଳୟ ପ୍ରଦାନ ଓ ଘୁ.ଉଦୟଗିରି ଠାରୁ ଭୁବନେଶ୍ୱର, ମୁନିଗୁଡା, ଗୋପାଳ ପୁର, ବ୍ରହ୍ମପୁର, ପୁରୀ ଇତ୍ୟାଡି ମୁଖ୍ୟ ସହରକୁ ସରକାରୀ ବସ ଚଳାଚଳ ପାଇଁ ପ୍ରେସ କ୍ଲବର ସଦସ୍ୟ ସ୍ଥାନୀୟ ବିଧାୟକଙ୍କ ପାଖରେ ଦାବୀ ଉପସ୍ଥାପନା କରି ଥିଲେ l ଘୁ.ଉଦୟଗିରି ହେଉଛି ନିର୍ବାଚନ ମଣ୍ଡଳୀର ହେଡକ୍ଵାଟର ତେଣୁ ଏଠାକାର ସମସ୍ୟା ଓ ଜନସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବା ସମସ୍ୟାର ସମାଧାନ କରିବା ମୋର ପ୍ରଥମ କର୍ତ୍ତବ୍ୟ l ସମଗ୍ର ନିର୍ବାଚନ ମଣ୍ଡଳୀର ଜନସାଧାରଣ ମୋତେ ବହୁ ମୂଲ୍ୟ ଭୋଟ ଦେଇ ଜୟଯୁକ୍ତ କରିଛନ୍ତି ତେଣୁ ସମଗ୍ର ନିର୍ବାଚନ ମଣ୍ଡଳୀ ଅର୍ଥାତ ଘୁ.ଉଦୟଗିରି, ଟିକାବାଲି, ରାଇକିଆ ଓ ଦାରିଙ୍ଗବାଡି ବ୍ଲକବାସୀଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନା କରି ସମାଧାନପାଇଁ ମୁଁ ଚେଷ୍ଟା କରିବି ବୋଲି ଗଣମାଧ୍ୟମଙ୍କ ସହ ସାଖ୍ୟାତକାରରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ l ଏହି ସମୟରେ ପ୍ରେସ କ୍ଲବର ସଦସ୍ୟ ଅରୁଣ କୁମାର ଷଡ଼ଙ୍ଗୀ, ପତିତପାବନ ସାହୁ, ପ୍ରଶନ ମିଶ୍ର, ରାମକୃଷ୍ଣ ଚୌଧୁରୀ, ଅନିଲ କୁମାର ଦଳବେହେରା, ଗଗନ କୁମାର ପ୍ରଧାନ ଓ ପ୍ରତାପ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l

Related news

Skip to toolbar