କନ୍ଧମାଳ ସନ୍ତାନ

Breaking News

ଜୀବିକା ସୁରକ୍ଷା ମଞ୍ଚ ଟିକାବାଲି ଶାଖା ପକ୍ଷରୁ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକରେ ଆଜି ଜୀବିକା ସୁରକ୍ଷା ମଞ୍ଚ ଟିକାବାଲି ବ୍ଲକ ଶାଖା ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ଉର୍ମିଳା ପ୍ରଧାନ ଓ ସମ୍ପାଦକ ଶ୍ରୀ କରମଚାନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l ଏହି ଶୋଭା ଯାତ୍ରା ଟିକାବାଲି ଜନଜାତି ହାଟରୁ ବାହାରି ବିଭିନ୍ନ ଦାବୀ ସହ ନାରା ବାଜି ଦେଇ ବଜାର ପରିକ୍ରମାକରି ବ୍ଲକ ନିକଟରେ ପଂହଁଚି ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ପାଡ଼ିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା I ଦାବୀ ଗୁଡ଼ିକ ହେଲା ଯଥା  ଟିକାବାଲି ବ୍ଲକ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକର  ଭିତ୍ତି ଭୂମି ସହିତ ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରତି ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶ୍ରେଣୀ ଗୃହ, ଶିକ୍ଷକ, ପିଇବା ପାଣି, ଖେଳ ପଡିଆ, ବିଦ୍ୟୁତ, ସହିତ ବ୍ୟବହାର ଯୋଗ୍ୟ ଶୌଚାଳୟ, ସହିତ ପାଣିର ସୁବିଧା ଏବଂ  ରୋଷେଇ ଘର ଆଦିର ଏକ ତଥ୍ୟ ସଂଗ୍ରହ କରାଯଇଥିଲା l ସେହି ତଥ୍ୟ ଅନୁସାରେ ବର୍ତମାନ ଶ୍ରେଣୀ ଅନୁସାରେ ୧୦୩ ଶିକ୍ଷକ ଓ ଶିକ୍ଷୟତ୍ରୀ ଆବଶ୍ୟକ ହେଉଥିବା ବେଳେ ୧୩୪ଟି ଶ୍ରେଣୀ ଗୃହର ଆବଶ୍ୟକ ହେଉଛି l ଅଞ୍ଚଳରେ ୪୦ଟି ବିଦ୍ୟାଳୟରେ ବିଦ୍ୟୁତ ସୁବିଧା ନାହଁ, ୩୧ଟି ବିଦ୍ୟାଳୟ ଶୌଚାଳୟରେ ପାଣି ସୁବିଧା ନାହଁ, ୪୫ଟି ବିଦ୍ୟାଳୟ ରେ ଖେଳ ପଡିଆ ନାହିଁ, ୧୧ଟି ବିଦ୍ୟାଳୟରେ ଜମା ପ୍ରାଚେରୀ ନାହିଁ ଏବଂ ୧୮ ଟି ବିଦ୍ୟାଳୟରେ ଶୁଦ୍ଧ ପିଇବା ପାଣି ରସୁବିଧା ନାହିଁ ଏବଂ ୩୮ବିଦ୍ୟାଳୟର ମରାମତି ଆବଶ୍ୟକ ହେଉଥିବା ବେଳେ ୩୪ଟି ବିଦ୍ୟାଳୟରେ ରୋଷେଇ ଘରର ମରାମତି ଆବଶ୍ୟକ ରହିଛି l ଏହି ସମସ୍ତ ବିଷୟରେ ଲିଖିତ ଦାବୀ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ଆଗାମୀ ଦିନରେ ଏହି ସମସ୍ତ ଦାବୀ ପୂରଣ ନ ହେଲେ ଜିଲ୍ଲାରୁ ରାଜ୍ୟ ସ୍ତରରେ ତୀବ୍ର ଆନ୍ଧଳନ କରିବା ପାଇଁ ସଙ୍ଘଠନର ସଭାପତି କଡା ଚେତାବନୀ ଦେଇଛନ୍ତି l

Related news

Skip to toolbar