କନ୍ଧମାଳ ସନ୍ତାନ

Breaking News

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତି ଓ ସ୍ୱାଭିମାନ ଦିବସ ପାଳିତ….

କନ୍ଧମାଳ ସନ୍ତାନ(ଚିନ୍ମୟ କୁମାର ସେଠୀ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ବା ସ୍ୱାଭିମାନ ଦିବସ ଅବସରରେ ସମ୍ବାଦ, ଆମ ଓଡ଼ିଶା ଆନୁକୁଲ୍ୟରେ ସ୍ଥାନୀୟ ସୁଭଦ୍ରା ମହତାବ ସେବାସଦନ ପରିସର ଠାରେ ପାଳିତ ହୋଇଯାଇଛି । ସ୍ଥାନୀୟ ସମ୍ବାଦ ପ୍ରତିନିଧି ସମୀର କୁମାର୍ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ଶୁଭ୍ରାଂଜଳି ପ୍ରଧାନ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ, କେ.ଜୀବନ ଜୋତୀ ପାତ୍ର, ଆଦର୍ଶ ଥାନା ଏସଆଇ ଅନନ୍ତ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ବାରା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ପରେ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ ମଧୁବାବୁଙ୍କ ଜୀବନୀ ପାଠ କରିଥିଲେ ଓ ସ୍ବାଭିମାନ ଆଧାରିତ ସଙ୍ଗୀତ ଗାନ କରିଥିଲେ । ପରିଚାଳକ ଉପସ୍ଥିତ ସମ୍ମାନିତ ଅତିଥିଙ୍କୁ ସଂକ୍ଷେପରେ ବକ୍ତବ୍ୟ ରଖିବା ପାଇ ଅନୁରୋଧ କ୍ରମେ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ନିଜ ଅଭିଭାଷଣରେ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ବିଷୟରେ ବାର୍ତ୍ତା ରଖି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ I ପରେ ସ୍ଥାନୀୟ ଥାନା ଏସଆଇ ଅନନ୍ତ କୁମାର ପ୍ରଧାନ ମଧ୍ୟ ନିଜ ବକ୍ତବ୍ୟରେ କଠିନ ପରିଶ୍ରମ କରି ମଧୁବାବୁଙ୍କ ସଦୃଶ ପ୍ରଚେଷ୍ଟା କରିବା ସହିତ ନିଜକୁ ଉଜ୍ଜଳ ଭବିଷ୍ୟତ ସ୍ତରକୁ ନେଇପାରିବା ବୋଲି ବକ୍ତବ୍ୟ ଦେବା ସହ ମୁଖ୍ୟ ଅଥିତି ମଧ୍ୟ ନିଜ ବକ୍ତବ୍ୟରେ ଛାତ୍ରୀମାନଙ୍କୁ ମଧୁବାବୁଙ୍କ ଆଦର୍ଶ ହେବା ପାଇଁ ପ୍ରେରଣା ପ୍ରଦାନ କରି କଠିନ ପରିଶ୍ରମ ବଳରେ ଲକ୍ଷ୍ୟ ସ୍ଥଳକୁ ପହଞ୍ଚି ପାରିବା ବୋଲି କହି ପିଲାମାନଙ୍କୁ ଉତ୍ତମ ଶିକ୍ଷା ଲାଭ କରିବା ବିଷୟରେ ବକ୍ତବ୍ୟ ରଖିଥିଲେ । ପରେ ଛାତ୍ରୀ ବୈଶାଳୀ ବଳିଆରସିଂ, ନିତ୍ୟାରାଣୀ ଦିଗାଲ ଓ ବିମଳା ପ୍ରଧାନ ମଧୁବାବୁଙ୍କ ଜୀବନ ବିଷୟରେ ସୁନ୍ଦର୍ ବକୃତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେବାସଦନର ସୂପରିଟେଣ୍ଡେଣ୍ଟ ଭାନୁପ୍ରିୟା ସାହୁ, ପରିଚାଳିକା ସ୍ଵର୍ଣ୍ଣ ପ୍ରୀତି ସାମଲ, ସାମାଜିକ କର୍ମୀ ଶାନ୍ତିଲତା ଦେଇ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ଚିନ୍ମୟ ସେଠି ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାହାର୍ଯ୍ୟ ଓ ସହୋଯୋଗ କରିଥିଲେ I ଶେଷରେ ପରିଚାଳକ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।

Related news

Skip to toolbar