କନ୍ଧମାଳ ସନ୍ତାନ

Breaking News

କଳିଙ୍ଗା ଉଚ୍ଚ ବିଦ୍ୟାକାୟର ପ୍ରଧାନ ଶିକ୍ଷକ ନାମର ମାଳମାଳ ଅଭିଯୋଗ, ପ୍ରଶାସନ ପକ୍ଷରୁ ହେଉନି କାର୍ଯ୍ୟାନୁଷ୍ଠାନ….

କନ୍ଧମାଳ ସନ୍ତାନ(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ ଚନ୍ଦ୍ର ମିଶ୍ରଙ୍କ ନାମରେ ବହୁ ଥର ଅଭିଯୋଗ କରାଯାଇଥିଲା । ଏହାକୁ ନେଇ ପ୍ରଥମେ ଘୁ. ଉଦୟଗିରି ବିଧାୟକଙ୍କ ଜାଣତରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ପାତ୍ର ଦିଆଯାଇଥିଲା I ତାପରେ ଗତ ୧୦/୦୪/୨୩ରେ ସ୍ଥାନୀୟ ବ୍ଲକ ପ୍ରେକ୍ଷାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ବେଳେ ମଧ୍ୟ ଅଭିଯୋଗ ପାତ୍ର ଦିଆଯାଇଥିଲା । ସେହି ଅଭିଯୋଗକୁ ଆଧାର କରି ଜିଲ୍ଲା ଶିକ୍ଷାଧିକାରୀ, କନ୍ଧମାଳଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ଜଗନ୍ନାଥ ସାହାଣୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମିହିରକାନ୍ତ ପ୍ରଧାନ, ରଞ୍ଜନ କୁମାର ରାଉତରାୟ ସିଆରସିସି ବିନୟ କୁମାର ନାୟକ ଏବଂ ଲଳିତା କହଁରଙ୍କ ଉପସ୍ଥିତିରେ ଆଜି କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଉକ୍ତ ଶିକ୍ଷକଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତୀକରି ତଦନ୍ତ କରାଯାଇଛି । ଏହି ତଦନ୍ତ ବେଳେ କଳିଙ୍ଗା ସରପଞ୍ଚ ବକ୍ସି ମଲ୍ଲିକ, ସମିତିସଭ୍ୟ ମାଲ୍ୟବନ୍ତ କହଁର, ସୁବ୍ରତ କୁମାର ଆଚାର୍ଯ୍ୟ, ଜିନଦ ନାୟକ, ଲଷ୍ମୀକାନ୍ତ ପ୍ରଧାନ, ସୁଧାରକ ସାହୁ, ସମାଜସେବୀ ଆମନ ଚନ୍ଦ୍ର ନାୟକ ଓ ବିଦ୍ୟାଳୟର କମିଟି ସଦସ୍ୟ ଏବଂ ମହିଳା ସ୍ଵୟଂସହାୟକ ଗୋଷ୍ଠିର ମହିଳାମାନେ ଉପସ୍ଥିତ ରହିଥିଲେ । ଶିକ୍ଷକଙ୍କ ବିରୋଧରେ ଆସି ଥିବା ଅଭିଯୋଗ ଗୁଡ଼ିକ ହେଲା ୧.ପ୍ରଧାନ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟକୁ ଆସି ଅନ୍ୟ ଶିକ୍ଷକଙ୍କୁ ଓ ଛାତ୍ର ଛାତ୍ରୀଙ୍କ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା, ୨. ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷା ଦାନରେ ଅବହେଳା, ୩. ନିହାତି ଆବଶ୍ୟକ ସମୟରେ ଶିକ୍ଷକଙ୍କୁ ଛୁଟି ନଦେଇ ମାନସିକ ନିର୍ଯାତନା ଦେବା, ୪. ହଷ୍ଟେଲ ପିଲାଙ୍କୁ ଜଙ୍ଗଲରେ କାଠ ଆଣିବା ନିମନ୍ତେ ପଠେଇବା ଏବଂ ନିମ୍ନ ମାନର ଖାଦ୍ୟ ଦେବା, ୫. ବର୍ତ୍ତମାନ ସ୍ଵୟଂସହାୟକ ଗୋଷ୍ଠିର ମାଁମାନେ ହଷ୍ଟେଲରେ ଖାଦ୍ୟ ଦେଉଥିବା ବେଳେ ସେମାନଙ୍କ ବିଲ ଠିକ ସମୟରେ ନକରି ସେମାନଙ୍କୁ ନିରାଶ କରି ହଇରାଣ କରିବା, ୬. ବିଦ୍ୟାଳୟର ୫ ଟି କାମରେ ସହଯୋଗ ନକରିବା, ୭. ବିଦ୍ୟାଳୟ ପରିଚାଳନା କମିଟିର କୌଣସି ବୈଠକ ନ ହୋଇ ନୋଟିସ ଖାତାରେ ଦସ୍ତଖତ କରେଇବା,
୮. ବିଦ୍ୟାଳୟ ପରିଚାଳନା କମିଟିର ନିଷ୍ପତି ପ୍ରକାରେ ଶିକ୍ଷକ ଅଭାବ ଯୋଗୁଁ ଅତିଥି ଶିକ୍ଷକଙ୍କୁ ଆଣିବାରେ ସହଯୋଗ ନକରିବା I ଏହିପରି ଅନେକ ଅଭିଯୋଗ ତାଙ୍କ ନାମରେ ରହିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ନିଷ୍ପତି କ୍ରମେ ମାନସ ଚନ୍ଦ୍ର ମିଶ୍ରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ସାଧାରଣରେ ଦାବି କରାଯିବା ସହ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି I

Related news

Skip to toolbar