କନ୍ଧମାଳ ସନ୍ତାନ

Breaking News

ବିଜୁଳି ଆଘାତରେ ବିବାହିତ ମହିଳା ଗରୁତର, ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…..

କନ୍ଧମାଳ ସନ୍ତାନ (ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମ ପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମର ପଙ୍କଜ ପ୍ରଧାନ (୩୦) ଙ୍କ ସ୍ତ୍ରୀ ପୁନିମା ପ୍ରଧାନ(୨୫) ବିଜୁଳି ଆଘାତରେ ଗୁରୁତର ହୋଇ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୁଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ଉକ୍ତ ମହିଳା ଜଣକ ନିଜର ୩ ଟି ସନ୍ତନ ମାନଙ୍କୁ ନେଇ ସନ୍ଧ୍ୟା ୬ ଘଣ୍ଟିକା ସମୟରେ ଘଡଘଡି ବର୍ଷା ହେଉଥିବା ବେଳେ ଘରେ ଥିଲେ । ଘଡଘଡି ହୋଇ ବିଜୁଳି ପଙ୍କଜଙ୍କ ଘର ବିଦ୍ୟୁତ୍ ତାରରେ ମାରିବା ଫଳରେ ବିଦ୍ୟୁତ୍ ତାର ସହିତ ବଲବ ସମ୍ପୁର୍ଣ୍ଣ ଫାଟି ଯାଇ ମହିଳାଙ୍କ ଶରୀରରେ ବାଜି ଥିଲା । ମହିଳାଙ୍କ ଶରୀରର ହାତ ମୁଁହରେ କିଛି ସାମାନ୍ୟା କ୍ଷତ ହୋଇଛି । ଡାହାଣ ପାର୍ଶ ମୁଣ୍ଡ, ବେକ, ହାତ ଓ ଗୋଡ ଜଳାପୋଡା ହେଉଥିବା ବେଳେ ଅଚେତ୍ ଅବସ୍ଥାରେ ଘୁ ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ପରିବାର ଲୋକ l

Related news

Skip to toolbar