କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ, ଉତ୍କଳ ଦିବସ ପାଳନ ଅବସରରେ କାର୍ଯ୍ୟାଳୟରେ ଝୁଲିଲା ତାଲା……

କନ୍ଧମାଳ ସନ୍ତାନ(ଚିନ୍ମୟ କୁମାର ସେଠୀ): ଚଳିତ ବର୍ଷ କନ୍ଧମାଳ ଜିଲ୍ଲାର ବହୁ ପୁରାତନ ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ପାଳନ ହୋଇପାରିଲା ନାହିଁ ଉତ୍କଳ ଦିବସ । ବହୁ ବର୍ଷର ପରମ୍ପରା ଆଜି ଭାଙ୍ଗି ଯାଇଛି । ଆଜିର ଦିନରେ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଧୁମ୍ ଧାମ ରେ ଉତ୍କଳ ଦିବସ ପାଳନ କରାଯାଇ ଥାନ୍ତା କିନ୍ତୁ କାର୍ଯ୍ୟାଳୟରେ ଝୁଲୁଛି ତାଲା । ତାଲା ଝୁଲିବା ସମସ୍ୟା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ମଧ୍ୟ ଫଳ ଶୁନ । କୌଣସି ପଦକ୍ଷେପ ନେଲେନି ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ । ସରକାରୀ ଯୋଜନା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଁଞ୍ଚେଇବା ସହ ସୂଚନା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୧୯୮୦ ମସିହାରେ ଘୁ.ଉଦୟଗିରି ସହରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବା ସହ ୫ଜଣ କର୍ମଚାରୀ ନିୟୋଜିତ ରହିଥିଲେ I କିନ୍ତୁ ଆଜି କାର୍ଯ୍ୟାଳୟ କର୍ମଚାରୀ ଶୂନ୍ୟ ହୋଇ ବନ୍ଦ ରହିଛି। ଉତ୍କଳ ଦିବସ ପାଳନ କରାଯିବା ଦିନ କାର୍ଯ୍ୟାଳୟ ବନ୍ଦ ରହିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିବା ଦେଖିବାକୁ ମିଳିଛି ଓ ଜିଲ୍ଲା ଅଧିକାରୀ ଆଜି ଅନ୍ୟ କର୍ମଚାରୀଙ୍କୁ ମୁଖ୍ୟ କାର୍ଯ୍ୟାଳୟରୁ ଏଠାକୁ ପଠାଇ ଆଜିର ଉତ୍କଳ ଦିବସ ପାଳନ କରାଯାଇ ପାରିଥାନ୍ତା I କିନ୍ତୁ ଅତି ଦୁଃଖର ବିଷୟ ବିଭାଗୀୟ ଅଧିକାରୀଙ୍କ ଘୁ.ଉଦୟଗିରି ଉପଖଣ୍ଡ କାର୍ଯ୍ୟାଳୟ ପ୍ରତି ଅବହେଳା ଦେଖି ଦୁଃଖ ପ୍ରକାଶ କରିଥିଲେ ବୁଦ୍ଧିଜୀବୀ । ତେଣୁ ଯଥା ସମ୍ଭବ କର୍ମଚାରୀ ନିୟୋଜିତ କରି ଘୁ. ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I

Related news

Skip to toolbar