କନ୍ଧମାଳ ସନ୍ତାନ

Breaking News

ବ୍ଲକ ଲୋକ ପାରମ୍ପାରିକ କଳାକାର ସଂଘର ନୂତନ କର୍ମକର୍ତା ଚୟନ…..

କନ୍ଧମାଳ ସନ୍ତାନ (ଚିନ୍ମୟ କୁମାର ସେଠୀ): ଆଜି ସ୍ଥାନୀୟ ବ୍ଲକ ଅଧିନରେ ଥିବା ସମସ୍ତ ବ୍ଲକର ଲୋକୋ ପାରମ୍ପରିକ କଳାକାର ସଂଘ ର ନୂତନ କର୍ମକର୍ତା ଚୟନ ନିମନ୍ତେ ସିର୍କି ଘାଇ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ ଏସ ଏସ ଓ ସୁନିଲ ମିଶ୍ର ବାଲିଗୁଡ଼ା,ସମ୍ମାନିତ ଅତିଥି ଭାବରେ ବି ଏସ ଓ ସଂଗୀତା ବେହେରା, ପିଓ ମିନତି ନାୟକ, ସହାୟକ ସନ୍ତୋଷ ଉପସ୍ଥିତ ରହିଥିବା ବେଳେ ଘୁ ଉଦୟଗିରି କଳା ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବି କେ ଏସ ଯୁନସ ପରିଛା ପରିଚାଳନା କରିଥିଲେ । କୁଇ ପରମ୍ପରା ଅନୁସାରେ ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ପାରମ୍ପାରିକ ଲୋକକଳା ଚାଙ୍ଗୁ ବାଦ୍ୟ ସହିତ ମହୁରୀ ଦ୍ବାରା ଅତିଥି ମାନଙ୍କୁ ସ୍ଵାଗତ କରାଯାଇ କିଛି ସମୟ ସାମୁହିକ ନୃତ୍ୟ କରାଯାଇଥିଲା । ମଞ୍ଚାସିନ ଅତିଥି ମାନଙ୍କୁ ଉତ୍ତରୀୟ ସହିତ ପୁଷ୍ପ ମାଲ୍ୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ସଂଗଠନର ପୁରୁଣା କର୍ମକର୍ତ୍ତା ଙ୍କୁ ପରିବର୍ତ୍ତନ କରି ନୂତନ ଭାବରେ ଆଜି କର୍ମକର୍ତା ଚୟନ କରାଯାଇଥିଲା । ଅଧ୍ୟକ୍ଷ/ସଭାପତି ଭାବରେ ସ୍ଥାନୀୟ ବିଡିଓ ଆଶିଷ କୁମାର ତ୍ରିପାଠୀ ରହିଥିବା ବେଳେ ଉପସଭାପତି ଯୁନସ ପରିଛା, ସମ୍ପାଦକ ସନ୍ତୋଷ ଓ ବିଏସଓ ସଂଗୀତା ବେହେରାଙ୍କୁ ଚୟନ କରାଯାଇଥିଲା । ସ୍ଥାନୀୟ ବ୍ଲକ ଅଧିନରେ ଥିବା ୮୯ ଜଣ କଳାକାର ସରକାରଙ୍କ ଠାରୁ ଭତ୍ତା ପ୍ରାପ୍ତ କରିଥିବା ନେଇ ବିଏସଓ ସଙ୍ଗୀତା ବେହେରା ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ସୁନିଲ ମିଶ୍ର ବିଭିନ୍ନ ଲୋକକଳା ମଧ୍ୟରେ ଦାସକାଠିଆ, ପାଲ୍ଲା, ଓ ଅନ୍ୟ ଲୋକକଳା ସହିତ ଗୀତ ପରିବେଷଣ କରିବା ଦ୍ୱାରା ଯେଉଁମାନେ ଉତ୍ତମ ପ୍ରଦର୍ଶନ କରନ୍ତି ସେମାନଙ୍କୁ ବିଭିନ୍ନ ପୁରସ୍କାର ସହିତ ଅନ୍ୟ ରାଜ୍ୟ ମାନଙ୍କରେ ଅନୁଷ୍ଠିତ ହେବାକୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ ପୁରସ୍କୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ନୂତନ କର୍ମକର୍ତ୍ତାଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା କରାଯିବା ପରେ ପରିଚାଳକ ସସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।

Related news

Skip to toolbar