କନ୍ଧମାଳ ସନ୍ତାନ

Breaking News

କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣା, ୮ ଆହତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗା ଘାଟିରେ ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟିକା ସମୟରେ ଏକ ଟ୍ରକ ଦୁର୍ଘ ଟଣା ଗସ୍ତ ହୋଇଛି I ସୂଚନା ପ୍ରକାରେ ଟ୍ରକ ନମ୍ବର ଓଡି-୦୫-ବିକେ-୯୧୪୭ ଏକ ମାଲ ବିହୀନ ଗାଡ଼ି ମାଲକାନଗିରିରୁ ମାଲ ଖାଲି କରି କଟକ ଜିଲ୍ଲା ବାରଙ୍ଗ ର ତ୍ରିଶୂଳିଆ ଅଭିମୁଖେ ଯାଉଥିଲା I କତିଙ୍ଗିଆ ଛକରେ ନୟାଗଡ଼ ଜିଲ୍ଲାର ଓଡଗାଁ ନିକଟସ୍ଥ କୁରାଳରୁ ଆସିଥିବା ୮ ଜଣ କୁଅଁ ଖୋଳାଳୀ ବସକୁ ଅପେକ୍ଷା କରିଥିଲେ I ଅପରାହ୍ନ ସମୟରେ ନୟାଗଡ଼ ନିମନ୍ତେ କୌଣସି ବସ ନ ଥିବାରୁ ଅପେକ୍ଷାରତ କୁଅଁ ଖୋଳାଳୀ ଉକ୍ତ ଟ୍ରକକୁ ଅଟକେଇ ଓଡ଼ଗାଁକୁ ଯିବା ନିମନ୍ତେ ଡ୍ରାଇଭର ସଦାନନ୍ଦ ଦାଶଙ୍କୁ ଅନୁରୋଧ କରିଥିଲେ I ଡ୍ରାଇଭରଙ୍କ କହିବା ଅନୁଯାୟୀ ଦୂର ସ୍ଥାନ ଯାତ୍ରା କରିଥିବାରୁ ଏବଂ ରାତି ଅନିଦ୍ରା ଯୋଗୁଁ ଘାଟିରେ ଆଖି ଲାଖି ଯିବାରୁ ଏପରି ଦୁର୍ଘଟଣା ଘଟିଛି I ଫଳରେ ଗାଡ଼ିରେ ଡ୍ରାଇଭର ସମେତ ବସିଥିବା ୮ ଜଣଙ୍କ ମଧ୍ୟରୁ ଭିକାରି ଜେନା, ଜୟ ଜେନା, ଦିଲ୍ଲୀପ ଜେନା, କୃଷ୍ଣ ନାୟକ, ଉପେନ୍ଦ୍ର ନାୟକ ଓ ଉତ୍ସବ ସାମଲ କୁଅଁ ଖୋଳାଳୀ ଆହତ ହୋଇଛନ୍ତି IO ଦୁର୍ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀ ପହଞ୍ଚି ଡ୍ରାଇଭରଙ୍କ ସହ ୬ ଜଣ କୁଅଁ ଖୋଳାଳୀଙ୍କୁ ଉଦ୍ଧାର କରି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରା ଯାଇଛି I ଘଟଣା ସ୍ଥଳରେ ପୁଲିସ ଏସ.ଆଇ. ବିନୟ କୁମାର ମହାରଣା ଏବଂ ଟିମ ପହଞ୍ଚି ଦୁର୍ଘଟଣାର କାରଣ ବିଷୟରେ ଅନୁଧ୍ୟାନ କରୁଥିବା ସୂଚନା ମିଳିଛି I

Related news

Skip to toolbar