କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ପ୍ରେସ କ୍ଲବର ନୂତନ କମିଟି ଗଠିତ, ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଅରୁଣ କୁମାର ଷଡଙ୍ଗୀ, ସମ୍ପାଦକ ଅନିଲ କୁମାର ଦଳବେହେରା ଓ ସଂଗଠନ ସମ୍ପାଦକ ଭାବେ ଗଗନ କୁମାର ପ୍ରଧାନ ଚୟନ…..

କନ୍ଧମାଳ ସନ୍ତାନ(ବ୍ୟୁର): ଘୁ.ଉଦୟଗିରି ପ୍ରେସ୍ କ୍ଲବର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ବ୍ଯବସାୟୀ ସଂଘ ସଭାଗୃହରେ ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ବିଦ୍ଯାଧର ପାଳ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତା ଭାବେ ସଭାପତି ଅରୁଣ କୁମାର ଷଡଙ୍ଗୀ , ଉପ-ସଭାପତି ରାମକୃଷ୍ଣ ଚୈାଧୁରୀ, ସଂପାଦକ ଅନିଲ କୁମାର ଦଳବେହେରା, ସହ-ସଂପାଦକ ସୁଜିତ କୁମାର ସାହୁ, ସଙ୍ଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଢ଼ୀ ପ୍ରମୁଖ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ବଟକୃଷ୍ଣ ଦାସ, ଆଶୁତୋଷ ସାହୁ, ପ୍ରଶ୍ନ କୁମାର ମିଶ୍ର, ଚିନ୍ମୟ କୁମାର ସେଠୀ ଓ ସସ୍ମିତା ଜେନା ମନୋନୀତ ହୋଇଛନ୍ତି । ଉପଦେଷ୍ଟା ମଣ୍ଡଳୀରେ ଶିଶିର ପଟ୍ଟନାୟକ, ବିଦ୍ୟାଧର ପାଳ, ପତିତ ପାବନ ସାହୁ, ସମୀର କୁମାର ପାଢ଼ୀ, ଦେବନାଥ ଦଳବେହେରା ମନୋନୀତ ହୋଇଛନ୍ତି । ପରିଶେଷରେ ସଭାପତି ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଶୁଭକାମନା ଜଣାଇବା ସହିତ କ୍ଲବର ଉଜ୍ୱଳ ଭବିଷ୍ଯତ କାମନା କରିଥିଲେ ।

Related news

Skip to toolbar