କନ୍ଧମାଳ ସନ୍ତାନ

Breaking News

ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଯୋଜନାରେ କାର୍ଯ୍ୟରତ ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ବଣ୍ଟନ

କନ୍ଧମାଳ ସନ୍ତାନ(ବ୍ୟୁର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ସାରା ରାଜ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ଯୋଜନାରେ କାର୍ଯ୍ୟରତ ୮ ହଜାର ଗୋଷ୍ଠୀ ସହଭାଗୀ ଙ୍କୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ସହ ସମସ୍ତ ୱାର୍ଡ଼ର କାଉନସିଲର ମାନଙ୍କ ଦ୍ୱାରା ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ପ୍ରଦାନ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ଜଳ ସାଥି, ସ୍ୱଚ୍ଛ ସାଥି ଙ୍କ ସହ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ବରିଷ୍ଠ ସହାୟକ ସତ୍ୟପ୍ରକାଶ ମହାପାତ୍ର, କୋଡ଼ିନେଟର ପ୍ରଭାତ ରଞ୍ଜନ ସାହୁ, ଏମ ଆଇ ଏସ ମୁକେଶ ରଞ୍ଜନ ନାୟକ, ସି ଓ କେ ଜୀବନ ଜ୍ୟୋତି ପାତ୍ର, ଭବାନୀ ଶଙ୍କର ସାହୁ, ପଙ୍କଜ ବେହେର ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Related news

Skip to toolbar