କନ୍ଧମାଳ ସନ୍ତାନ

Breaking News

ଶ୍ରରାମ ପଦା ବସ ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ଚେତିଲା ପ୍ରଶାସନ, ବିଭିନ୍ନ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଲା ଆଲୋଚନା…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପଞ୍ଚାୟତ ସମିତି ସଭା ଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଆବାହନ କ୍ରମେ ଦୀର୍ଘ ୨୬ ବର୍ଷ ତଳର ନିର୍ମିତ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ନିମନ୍ତେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଚଳିତ ମାସ ୨୫ ତାରିଖ ଠାରୁ ବସ ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇ ଥିଲା I ଏଥିରେ ଘୁ.ଉଦୟଗିରି ଅଞ୍ଚଳରବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ସମ୍ପର୍କରେ ନିଜର ସୁଚିନ୍ତିତ ମତା ମତ ପ୍ରଦାନ କରିଥିଲେ I ଏହି ବୈଠକ ରେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ, ଏନଏସି ଉପାଧ୍ୟାକ୍ଷ ସନ୍ତୋଷ କୁମାର ବାଘଙ୍କ ସମେତ ଘରୋଇ ବସ ମାଲିକ ମନୋଜ କୁମାର ପଣ୍ଡା, ଅଟୋ ମାଲିକ ସଂଘ ସଭାପତି ବାବୁଲି ମହାନ୍ତି, ମାଆ ବରଳଦେବୀ ଘରୋଇ ବସ କର୍ମଚାରୀ ସଂଘ ତରଫରୁ ବଳରାମ ତ୍ରିପାଠୀଙ୍କ ସହ ସମସ୍ତ ସାମ୍ବାଦିକ, ଏନଏସି ନିର୍ବାଚିତ ପ୍ରତିନିଧି, ବ୍ଲକ ନିର୍ବାଚିତ ପ୍ରତିନିଧି ଏବଂ ସହରର ବହୁ ଜନସାଧାରଣ ଯୋଗ ଦେଇ ବସ ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସହଯୋଗ କରିବେ ବୋଲି ମତ ପ୍ରଦାନ କରିଥିଲେ I ଏହି ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ଦ୍ୱାରା ବନ୍ଧ ଛକ, ଭଞ୍ଜ ମାର୍କେଟ, ତହସିଲଦାରଙ୍କ କାର୍ଯ୍ୟାଳୟ ପାଖରେ ହେଉ ହେଉ ଥିବା ଟ୍ରାଫିକ ସମସ୍ୟା ସମାଧାନ ହୋଇ ପାରିବା ନେଇ ଅଞ୍ଚଳ ବାସୀ ଆଶା ପ୍ରକଟ କରିଛନ୍ତି I ବର୍ତ୍ତମାନ ସହର ମଧ୍ୟରେ ଯାତ୍ରୀବାହୀ ବସ ଓ ମାଲ ବୋଝେଇ ଟ୍ରକ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ଦ୍ୱାରା ଦୁର୍ଘଟଣା ଘଟିବା ସହ ଟ୍ରାଫିକ ସମସ୍ୟା ଦେଖା ଦେଉଛି I ପ୍ରଶାସନର ଏହି ପଦକ୍ଷେପକୁ ଅଞ୍ଚଳ ବାସୀ ବେଶ ପ୍ରଶଂସା କରିବା ସହ ପ୍ରଶାସନ କେତେଦୂର ବସ ଷ୍ଟାଣ୍ଡକୁ ଚଳିତ ମାସ ୨୫ ତାରିଖରେ କାର୍ଯ୍ୟକ୍ଷମ କରିବାରେ ସଫଳ ହେଉଛି ଦେଖିବାକୁ ବାକି ରହିଛି ବୋଲି ସ୍ଥାନୀୟ ବାସିନ୍ଦା ମତପ୍ରକାଶ କରିଛନ୍ତି I

Related news

Skip to toolbar