କନ୍ଧମାଳ ସନ୍ତାନ

Breaking News

ବିଧାୟକଙ୍କ ଦ୍ୱାରା ବୟୋଜ୍ୟେଷ୍ଠ ଯୋଜନା ମାଧ୍ୟମରେ ମାଗଣା ରକ୍ତ ପରୀକ୍ଷାଗାର ଶୁଭାରମ୍ଭ……

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସ୍ଥିତ ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲରେ ବୟୋଜ୍ୟେଷ୍ଠ ଯୋଜନା ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ୱାରା ଆଜି ଉଦ୍ଘାଟିତ ହୋଇଛି I ବୟୋଜ୍ୟେଷ୍ଠ ଯୋଜନା ମାଧ୍ୟମରେ ମାଗଣା ରକ୍ତ ପରୀକ୍ଷାଗାର ଶୁଭାରମ୍ଭ ହୋଇଯାଇଛି I ଏହି ହସ୍ପିଟାଲରେ ବୟୋଜ୍ୟେଷ୍ଠ ନାଗରିକଙ୍କ ନିମନ୍ତେ ସେମି ଅଟୋ ଆନା ଲାଇଜର ମେସିନ ଦ୍ୱାରା ରକ୍ତ ପରୀକ୍ଷା ହୁଏ ଏବଂ ଟ୍ରାକ୍ସନ ମେସିନ ଦ୍ୱାରା ଅଣ୍ଟା ବ୍ୟଥା ଜନିତ ରୋଗ ଚିକିତ୍ସା କରାଯିଵା ନେଇ ସୂଚନା ରହିଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଉପସ୍ଥିତ ରହି ଉକ୍ତ ଯୋଜନା ସ୍ୱାଗତ ଯୋଗ୍ୟ ପଦକ୍ଷେପ କହି ନିଜର ବିଭିନ୍ନ ପ୍ରକାର ପରୀକ୍ଷା କରାଇ ନେଇଛନ୍ତି I ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ ପୂର୍ବତନ ବିଷୋଫ ଆଚାର୍ଯ୍ୟ ବାଞ୍ଛାନିଧି ନାୟକ, ବ୍ଲକ ଉପାଧ୍ୟକ୍ଷ ଏନ. ଲୁକ, ଡାକ୍ତର ପ୍ରଦୀପ ମଲ୍ଲିକ, ଡାକ୍ତର ଦେବରାଜ ଦାସ, କିଶୋର ଚନ୍ଦ୍ର ନାୟକ,ଆଲୋକ ଚନ୍ଦ୍ର ନାୟକ, ଚେୟାରମ୍ୟାନ ରାଜକିଶୋର ଦିଗାଳ, ସରପଞ୍ଚ ତ୍ରିଶୀଳା ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ମେଡ଼ିକାଲ ଅଧକ୍ଷା ଗ୍ଲୋରି ନାୟକ, ବିଧାୟକଙ୍କ ପ୍ରତିନିଧି ଅନିଲ କୁମାର ଦଳବେହେରା, ଆଲୋକ ଚନ୍ଦ୍ର ନାୟକ, ମହମ୍ମଦ ଜିଆଉଦ୍ଦିନ, ଯୁବରାଜ ନାୟକ, କୃଷକ ମୋର୍ଚ୍ଚା ସଭାପତି ଉଦୟନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I

Related news

Skip to toolbar