କନ୍ଧମାଳ ସନ୍ତାନ

Breaking News

ଏନଏସି ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ବିରୁଦ୍ଧରେ ଘୁ.ଉଦୟଗିରି ବିଜେଡିର ଗଣ ଧାରଣା…..

କନ୍ଧମାଳ ସନ୍ତାନ(ବ୍ୟୁର): ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆଜି ସ୍ଥାନୀୟ ଏନଏସି ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଦଳ ତରଫରୁ କେନ୍ଦ୍ର ସରକାର ବିଜେପି ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି I କେନ୍ଦ୍ର ସରକାରଙ୍କ ଓଡ଼ିଶାର ଗରିବ ଲୋକଙ୍କ ପ୍ରତି ବୈମାତ୍ରିକ ମନୋଭାବକୁ ନେଇ ତାତିଲେ ଜନସାଧାରଣ I କେନ୍ଦ୍ର ସରକାରଙ୍କ ଗରିବ ଲୋକଙ୍କ ୫ କିଲୋ ଚାଉଳ କାଟିବାକୁ ନେଇ ବିଜେଡି ଦଳ ତରଫରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ସଭା ସ୍ଥାନୀୟ ଲୋକଙ୍କୁ ନେଇ ପ୍ଲା କାର୍ଡ଼ ଧରି ବିରୋଧ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି I କେନ୍ଦ୍ର ସରକାର ମୁର୍ଦାବାଦ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେଶ୍ୟରେ ଦାବୀ ପତ୍ର ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ଏବଂ ବିଡିଓ ଆଶିଷ ତ୍ରିପାଠୀଙ୍କୁ ଦିଆଯାଇଛି I ଏହି ପ୍ରତିବାଦ ସଭାରେ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ବିଧାୟକଙ୍କ ପ୍ରତିନିଧି ଅନିଲ କୁମାର ଦଳବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ଯୁବ ସଭାପତି ବ୍ରହ୍ମା ନନ୍ଦ ସାହୁ, ଜାଲିନା ପ୍ରିୟଦର୍ଶିନୀ, ଏମ.ଡି. ଆଲମସ, ପ୍ରକାଶ ରଥ, ମୋନାଲିସା ଦଳବେହେରା, ସିଦ୍ଧେସ୍ୱରୀ ନାୟକ, ଭାରତୀ ବେହେରା, ନନ୍ଦିତା ପ୍ରଧାନ, ରାଜନ ନାୟକ, ବ୍ଲକ ସଭାପତି ଲିଙ୍ଗରାଜ କହଁର ସୁଷମା ପ୍ରଧାନ,ଏନ.ଲୁକ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଅବଲାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଗରୀବ ଲୋକଙ୍କ ହକ ପାଇଁ କେନ୍ଦ୍ର ବିରୁଦ୍ଧରେ ପ୍ରତିବାଦ ଏବଂ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ I

Related news

Skip to toolbar