କନ୍ଧମାଳ ସନ୍ତାନ

Breaking News

୭୪ ତମ ସାଧାରଣ ତନ୍ତ୍ର ଦିବସ ପୂର୍ତ୍ତି ଅବସରରେ କଳିଙ୍ଗ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ….

କନ୍ଧମାଳ ସନ୍ତାନ(ବ୍ୟୁର): ୭୪ ତମ ସାଧାରଣ ତନ୍ତ୍ର ଦିବସ ପୂର୍ତ୍ତି ଅବସରରେ କଳିଙ୍ଗ ମହାବିଦ୍ୟାଳୟ ଯୁବ ରେଡକ୍ରସ ତରଫରୁ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଶିଶୁମାରିଆ ସଦନ ଠାରେ ବିସ୍କେଟ, ପାଊରୁଟି ଏବଂ ଫଳ ଅନ୍ତେବାସୀମାନଙ୍କୁ ବଣ୍ଟନ କରଯାଇଥିଲା । ଏହି ମହାନ ପୂଣ୍ୟ କାର୍ଯ୍ୟକୁ ଅଞ୍ଚଳ ବାସୀ ଭୃୟୁସି ପ୍ରଶଂସା କରିଥିଲେ । କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମେହେରଙ୍କ ଉପସ୍ଥିତିରେ ରେଡକ୍ରସ କାଉନସିଲର ଶ୍ରୀ ତପନ ଚନ୍ଦ୍ର ନାୟକ ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ । କଲେଜର ଅଧ୍ୟାପକ ଏବଂ ଅଧ୍ୟାପିକା ଯଥା ଭେଙ୍କଟ ରମଣ ପଟ୍ଟନାୟକ, ବିନାୟକ ବିଶ୍ଵାଳ, ଅବେଦ ମଣ୍ଡଲ, ଅନିତା ପଟ୍ଟନାୟକ, ସବିତା ଟୁଡୁ, ଯଶମିନ ପ୍ରଧାନ ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ ପୂର୍ବକ ଅନ୍ତେବାସୀ ମାନଙ୍କ ସହିତ କିଛି ସମୟ କଟେଇ କଲେଜ ରେଡକ୍ରସ ବିଭାଗ ପରମ୍ପରାକୁ ବଜାୟ ରଖିଥିଲେ ।

Related news

Skip to toolbar