କନ୍ଧମାଳ ସନ୍ତାନ

Breaking News

ଘୁ. ଉଦୟଗିରିରେ ପାଳିତ ହେଲା ଗଣତନ୍ତ୍ର ଦିବସ, ସରକାରୀ କର୍ମଚାରୀଙ୍କ ଅନୁପସ୍ଥିତି ଓ ରାଜନୈତିକ ନେତାଙ୍କ ପ୍ରୋଟକଲ ଉଲଂଘନକୁ ନେଇ ଅଞ୍ଚଳରେ ଉତ୍ତେଜନା…..

ମୂଖ୍ୟଅତିଥିଙ୍କ ବିଳମ୍ବରେ ପତକା ଉତ୍ତଳନ 
– ପ୍ୟାରେଡ ସ୍ଥଳରେ ପୁଲିସ ବାହିନୀ, ସ୍ୱାସ୍ଥ୍ୟ କର୍ମଚାରୀ ଓ ଦମକଳ      ବାହୀନିର ଅନୁପସ୍ଥିତି 
-ମୂଖ୍ୟ ଅତିଥିଙ୍କ ଦ୍ୱାରା ପ୍ୟାରେଡ ପରିଦର୍ଶନ ସମୟରେ ରାଜନୈତିକ ନେତାଙ୍କ ପଡ଼ିଆ ମଧ୍ୟକୁ ପ୍ରବେଶ

– ପ୍ରୋଟକଲ ଉଲଂଘନକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତେଜନା
କନ୍ଧମାଳ ସାନ୍ତାନ(ବ୍ୟୁର): ସାରା ଭାରତ ରେ ୭୪ ତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳନ କରାଯାଇଥିବା ବେଳେ ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ହବାକ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆ ଠାରେ ସାମୁହିକ ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଭାଗ ପକ୍ଷରୁ ପ୍ରାତଃ ୪.୩୦ ସମୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୁନ ପରିବେଷଣ ସହ ସହର ପରିକ୍ରମା କରାଯାଇଥିଲା। ସକାଳ ୬.୩୦ ସମୟରେ ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ ସରକାରଙ୍କ ନିଷ୍ପତି ଅନୁଯାୟୀ ୭.୩୦ ମିନିଟ ସମୟରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସ୍ଥାନୀୟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗର ଆନୁକୁଲ୍ୟରେ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଆୟୋଜିତ ସାମୁହିକ ଗଣତନ୍ତ୍ର ଦିବସ ପାଳନ ଉତ୍ସବ ହବାକ ଉଚ୍ଚ ବିଦ୍ୟାଳୟର ଏନସିସି ପ୍ରଶିକ୍ଷକ ବିଜୟ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ତାଙ୍କୁ ମିଲମାନ ଉଚ୍ଚ ବିଦ୍ୟାଳୟର ପିଇଟି ସଞ୍ଜୟ ସାହୁ ସହଯୋଗ କରିଥିଲେ । କଳିଙ୍ଗ ମହାବିଦ୍ୟାଳୟର ପିଇଟି ସରୋଜ କୁମାର ଦାସ ଓ ହବାକ ଉଚ୍ଚ ବିଦ୍ୟାଳୟ ପିଇଟି ସତ୍ୟବ୍ରତ କର୍ଣ୍ଣ ଜାତୀୟ ପତାକା ବାନ୍ଧିବା ସହ ଅତିଥିଙ୍କୁ ପତାକା ଉତ୍ତୋଳନ ରେ ସହଯୋଗ କରିଥିଲେ । ସକାଳ ୮.୩୦ ମିନିଟ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଆଶିଷ କୁମାର ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ଏହା ସହ ହବାକ ଉଚ୍ଚ ବିଦ୍ୟାଳୟ ଏନସିସି ସିନିଅର ଓ ଜୁନିଅର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗାଇଡ ଓ ଜେଆରସି, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସିଭିଲ ଗାର୍ଲ୍ସ ଓ ସିଭିଲ ବଏସ, ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବାଳକ ଓ ବାଳିକା, ହବାକ ଉଚ୍ଚ ବିଦ୍ୟାଳୟ ସ୍କାଉଟ ଓ ରେଡକ୍ରସ, ଗୁଡ଼ ସେଫର୍ଡ ଇଂଲିଶ ମିଡ଼ିଅମ୍ ସ୍କୁଲ, ମାଉଣ୍ଟ କାର୍ମେଲ ଇଂଲିଶ ମିଡ଼ିଅମ୍ ସ୍କୁଲ, ସେଣ୍ଟ ଭିନିସେଣ୍ଟ ଇଂଲିଶ ମିଡ଼ିଅମ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା କରାଯାଇଥିବା ସାମୁହିକ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ଜନତାଙ୍କୁ ଭାରତର ଇତିହାସ, ବର୍ତ୍ତମାନର ସ୍ଥିତି, ଦେଶପାଇଁ ତ୍ୟାଗ ଏବଂ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ବିଷୟରେ ଓ ଗଣତନ୍ତ୍ର ଦିବସ ପାଳନ ସମ୍ପର୍କରେ ସମ୍ବୋଧିତ କରିଥିଲେ । ଗଣତନ୍ତ୍ର ଦିବସ ଉତ୍ସବ ପାଳନ ସ୍ଥାନରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା ।ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ, ସାମୁହିକ ପ୍ୟାରେଡ୍ ରେ ସିନିଅର ଏବଂ ଜୁନିଅର ବିଭାଗରେ ୱିନର ଓ ରନର୍ସ ଦଳ ଗୁଡ଼ିକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସାମୁହିକ ପ୍ୟାରେଡରେ ସ୍ଥାନୀୟ ତହସିଲଦାର ଶୁଭ୍ରାଂଜଳି ପ୍ରଧାନ, ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ମୀନାକ୍ଷୀ କୁମରା, ଫରେଷ୍ଟର ଶ୍ରୀମତୀ ବକ୍ସି ଉପସ୍ଥିତ ରହିଥିବା ବେଳେ ମେଡ଼ିକାଲ, ଅଗ୍ନିଶମ ବିଭାଗ ତରଫରୁ ପ୍ୟାରେଡ୍ ସ୍ଥଳରେ କୌଣସି ଅଧିକାରୀ ଉପସ୍ଥିତ ନଥିଲେ I ଜାତୀୟ ପତାକା ଉତ୍ତୋଳନ ପରେ ସ୍ଥାନୀୟ ପୁଲିସ ବିଭାଗୀୟ ଅଧିକାରୀ ପହଞ୍ଚିଥିଲେ । ଯାହା ପାଇଁ ପ୍ୟାରେଡ ଦେଖିବା ଦର୍ଶକ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ଥିଲା I ମୂଖ୍ୟ ଅତିଥି ପତକା ଉତ୍ତଳନ କରିବା ପାଇଁ ପାଖାପାଖି ୧୦ମି ବିଳମ୍ବରେ ଆସିଥିବା ସମାଜସେବୀ ମହମ୍ମଦ ଜିଆଉଦ୍ଦିନ ଅଭିଯୋଗ କରିବା ସହ ମୂଖ୍ୟ ଅତିଥିଙ୍କୁ ବିଳମ୍ବରେ କାରଣ ଲିଖିତ ଭାବେ ପ୍ରଦାନ କରିବାକୁ ତାଗିଦ କରିଛନ୍ତି ସମାଜସେବୀ I ଏହା ସହ ଏହି ମହାନ ଓ ପଵିତ୍ର ଉତ୍ସବକୁ ସଂଯୋଜନାରେ ମଧ୍ୟ ପ୍ରୋଟକଲ ଭଙ୍ଗାଯାଇ ଥିବା ଅଭିଯୋଗ କରିଛନ୍ତି ସମାଜସେବୀ ମହମ୍ମଦ ଜିଆଉଦ୍ଦିନ I ଯାହାପାଇଁ ମୂଖ୍ୟ ଅତିଥିଙ୍କ ପ୍ୟାରେଡ଼ ପରିଦର୍ଶନ ସମୟରେ ଶାସକ ଦଳର ରାଜନୈତିକ ନେତା ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିବା ମଧ୍ୟ ସମାଜ ସେବୀ ଅଭିଯୋଗ ଆଣିଛନ୍ତି I ଯାହା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ତେଣୁ ଏଥିପ୍ରତି ଦୃଷ୍ଟି ଦେବା ସହ ଦୃଡ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବୀ କରିଛନ୍ତି ସମାଜ ସେବୀ I ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସ୍ଥାନୀୟ ମେଡ଼ିକାଲ ଓ କାରାଗାରରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ଜ୍ଞାନ ରଞ୍ଜନ କରଙ୍କ ସହଯୋଗରେ ଏହି ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ । ପୃଥିବୀର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆଜି ସକାଳ ୭.୩୦ ସମୟରେ ବ୍ଲକ, ତହସିଲ, ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ , ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ , ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ, ବ୍ୟବସାୟୀ ସଂଘ, ଘରୋଇ ମୋଟର ସଂଘ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଓ ପରିଷଦ ଅନ୍ତର୍ଗତ ସମସ୍ତ ୱାର୍ଡ଼ରେ ନବ ନିର୍ମିତ ୱାର୍ଡ଼ କାର୍ଯ୍ୟାଳୟ ଠାରେ କାଉନସିଲରମାନଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଥଣ୍ଡାର ପ୍ରକୋପ ଥିଲେ ମଧ୍ୟ ଗଣତନ୍ତ୍ର ଦିବସର ସାମୁହିକ ପ୍ୟାରେଡ୍ ସହ ଉତ୍ସବରେ ଶହ ଶହ ଜନସାଧାରଣ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Related news

Skip to toolbar