କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରିରେ ପାରଦ ତଳ ମୁହାଁ, ତାପମାତ୍ରା ୪.୬ ଡିଗ୍ରୀ ରେକର୍ଡ….

କନ୍ଧମାଳ ସନ୍ତାନ(ବ୍ୟୁର) : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଦିନକୁ ଦିନ ପାରଦ ତଳ ମୁହାଁ ହେବାରେ ଲାଗିଛି । ଶନିବାର ଦିନ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା ବେଳେ ରବିବାର ୪.୬ ଡିଗ୍ରୀ କୁ ଖସି ଆସିଛି। ଫଳରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି ଜି. ଉଦୟଗିରି ଅଂଚଳରେ। ସହରର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରହିଥିବା ରେକଡ କରିଛି କ୍ରୁଷି ଗବେଷଣା କେନ୍ଦ୍ର । ଗୋଟିଏ ଦିନରେ ପାରଦ ୨.୪ ଡିଗ୍ରୀ କମିଛି। ଫଳରେ ଅସହ୍ୟ ଥଣ୍ଡାରେ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଦିନ ୧୦ ଟା ପଯ୍ର୍ୟନ୍ତ ଘରୁ ବାହାରିବା ମୁସ୍କିଲ୍ ହେଉଥିବା ବେଳେ ବ୍ଯବସାୟ ପ୍ରତିଷ୍ଠାନ ଖୋଲିବା ବିଳମ୍ବିତ ହୋଇଛି। କଳିଗାଂ, ଲିଗାଂଗଡ, କତିଗିଂଆ, ମାଲିକପଡି, ତଲାରିମାହା, ରଟିଗିଂଆ, ଗ୍ରେସିଗିଂଆ ଆଦି ଗ୍ରାମାଞ୍ଚଳରେ ଅଧିକ ଶୀତ ଅନୁଭୂତ ହୋଇଛି । କୋହଲା ପବନରେ ଦେହକୁ ଥରାଇ ଦେଉଥିବା ବେଳେ  ଶିଶୁ, ବୃଦ୍ଧ ଥଣ୍ଡାରେ ଅସହ୍ୟ ହଉ ଥିବା କହିଛନ୍ତି । ଦିନ ତମାମ ଗରମ ପୋଷାକ  ସହିତ ଖରାରେ ରହିବାକୁ ବାଧ୍ୟ ହୋଇଛନ୍ତି ଲୋକେ । ସନ୍ଧ୍ୟା ହେଉ ହେଉ ଶୀତ ଲହର ମାଡି ଆସୁଥିବା ବେଳେ ଶୀତରୁ ରକ୍ଷା ପାଇବା ପାଇଁ ପୁଣି ଥରେ ନିଆଁ ପାଖରେ ବସୁଥିବା ଦେଖୁବାକୁ ମିଳିଛି । ସେହି ପରି ଦାରିଂଗବାଡି ୬.୭ ଓ ଫୁଲବାଣୀରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି l ଏହି ହାଡ଼ ଭଂଗା ଶୀତ ଯୋଗୁଁ ଘୁ.ଉଦୟଗିରି ଅଂଚଳ ଅସ୍ତବ୍ୟସ୍ତ ହେବା ସହ ସନ୍ଧ୍ୟା ନ ହେଉଣୁ ଜନସାଧାରଣ ତତିକବାଟ ପକାଇ ଘର ଭିତରେ ରହୁ ଥିବା ଦେଖା ଦେଇଛି l

Related news

Skip to toolbar