କନ୍ଧମାଳ ସନ୍ତାନ

Breaking News

ଅପରେସନ ନୀଳ ଜହର, ଫିରିଙ୍ଗିଆ ପୁଲିସ ଓ ଅବକାରୀ ବିଭାଗର ଦ୍ବାରା ୧୧୦ ଏକର ଗଞ୍ଜେଇ ଗଛ……

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଅପରେସନ ନୀଳ ଜହର ବା ବେଆଇନ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଥିବା ବେଳେ ବଡଦିନ ଓ ନବବର୍ଷ ପାଇଁ କିଛି ଦିନ ଏହି ଅପରେସନ ବନ୍ଦ ଥିଲା I ତେବେ ଅଂଚଳରୁ ଗଂଜେଇ କାରବାରକୁ ଅମୂଳେ ବନ୍ଦ କରିବା ପାଇଁ ପୁଣି କିଛି ଦିନର ବିରତି ପରେ ଆରମ୍ଭ ହୋଇଛି ଏହି ଅପରେସନ ନୀଳ ଜହର I ତେବେ ଏହି ପରିପେକ୍ଷୀରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱ ରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ବିଭିନ୍ନ ଜାଗାରେ ଚଢ଼ାଉ କରି ପ୍ରାୟ ୧୧୦ ଏକର ପରିମିତ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜାଇ ଗଛ କାଟିବା ସହ ତାକୁ ଜାଳି ପୋଡି ନଷ୍ଟ କରିଦିଆଯାଇଛି I ତେବେ ପୁଲିସର ସୂଚନା ଅନୁସାରେ ମଙ୍ଗଳବାର ଫିରିଙ୍ଗିଆ ଥାନା ଦାଣ୍ଡିକିଆ ପଂଚାୟତ ଅଧୀନରେ ଥିବା ବୁକୁଦେଇ ଓ ଜୋକେ ଗାଁ ଅଂଚଳରେ ଚଢ଼ାଉ କରି ଏହି ଗଂଜେଇ ଗଛ ଗୁଡିକୁ କଟାଯାଇ ଥିବା ବେଳେ ଏହି ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନାରେ ୦୧/୨୦୨୩ ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ଜଣା ପଡ଼ିଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ତିନି ପ୍ଲାଟୁନ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି I

Related news

Skip to toolbar