କନ୍ଧମାଳ ସନ୍ତାନ

Breaking News

ଆମେ ମାଲିକା ପଡି ଗ୍ରାମ ପଂଚାୟତର ନା ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦର ?? ହାଣ୍ଡି, ମାଠିଆ, ବାଲଟି ଧରି ଜଳ ସମସ୍ୟାକୁ ନେଇ ଘୁ.ଉଦୟଗିରି ବିଡିଓଙ୍କୁ ଘେରିଲେ ଚନ୍ଦନ ସାହିର ଜନସାଧାରଣ….

କନ୍ଧମାଳ ସନ୍ତାନ(ବ୍ୟୁର): ଆମେ ମାଲିକା ପଡି ଗ୍ରାମ ପଂଚାୟତର ନା ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦର ?? ଉତ୍କଟ ଜଳ ସମସ୍ୟାକୁ ନେଇ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଚନ୍ଦନ ସାହି ଗ୍ରାମର ଜନସାଧାରଣ l କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର ପ୍ରେକ୍ଷାଳୟ ଗୃହରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ, ବିଡିଓ ଆଶିଷ କୁମାର ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଏବଂ ବିଭିନ୍ନ କାର୍ଯ୍ୟାଳୟ ଅଧିକାରୀ ଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ହୋଇଯାଇଛି l ସ୍ଥାନୀୟ ଲୋକେ ଆସି ନିଜ ନିଜ ଅଭିଯୋଗ ପତ୍ର ଜିଲ୍ଲପାଳଙ୍କୁ ଲିଖିତ ଭାବେ ଦେଇଛନ୍ତି l ଏହି ସମୟରେ ମାଲିକାପଡ଼ି ଗ୍ରାମର ପାଙ୍ଗାନାଜୁ ଚନ୍ଦନସାହି ବାସିନ୍ଦା ହାଣ୍ଡି, ମାଠିଆ, ବାଲଟି ଧରି ଜଳ ସମସ୍ୟାକୁ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ l ହେଲେ ଜିଲ୍ଲପାଳଙ୍କୁ ନ ଭେଟି ବ୍ଲକ ଫାଟକ ଆଗରେ ଚନ୍ଦନସାହି ବାସୀ ପାଣି ପାଇଁ ଧାରଣାରେ ବସିଥିଲେ l କିଛି ସମୟ ବ୍ୟବଧାନରେ ବିଡିଓ ଆଶିଷ କୁମାର ତ୍ରିପାଠୀ ବ୍ଲକ ଫାଟକ ସମୁଖରେ ପହଞ୍ଚିବାରୁ ହାଣ୍ଡି ମାଠିଆ ଧରି ଗ୍ରାମବାସୀ ଘେରିଯାଇଥିଲେ l ଚନ୍ଦନସାହି ବାସୀଙ୍କ ପାଣିର ସମସ୍ୟା ଶୁଣୁଛି ପଞ୍ଚାୟତ ନା ଏନଏସି ଗୁହାରୀ କହିବୁ କାହାକୁ ? ବହୁଦିନ ହେଲା ସେମାନେ ପାଣି ପାଇଁ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ଏବଂ ଏନଏସିକୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସେମାନେ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ହେଉଥିବାରୁ ଆଜି ଜିଲ୍ଲପାଳଙ୍କୁ ମୌଖିକ ଭାବେ ଅଭିଯୋଗ ଜଣେଇବା ନିମନ୍ତେ ଆସିଥିଲେ l ସ୍ଥାନୀୟ ବିଡିଓଙ୍କୁ ନିଜେ ଶ୍ରମଦାନ କରି ଖୋଳିଥିବା ଚୁଆଁ କିଭଳି ସେମାନେ ବ୍ୟବହାର କରୁଛନ୍ତି ଦେଖେଇଵା ପାଇଁ ଚଲେଇ ଚଲେଇ ଚୁଆଁ ନିକଟକୁ ନେଇଥିଲେ l ପ୍ରାୟତଃ ଲୋକେ ଦିନ ମଜୁରୀ ଓ ଖଟିଖିଆ ଶ୍ରେଣୀର ହୋଇଥିବାରୁ ଦିନ ତମାମ ମୁଲ ଖଟି ସନ୍ଧ୍ୟାରେ ଘରକୁ ଫେରନ୍ତି ଏବଂ ପିଇବା ପାଣି ନିମନ୍ତେ ଉକ୍ତ ଚଆଁକୁ ଅନ୍ଧାର ବାଟ ଦେଇ ଯାଇ ପାଣି ଆଣୁଥିବା ବିଡିଓଙ୍କୁ ଜଣେଇଲେ l ଏଣୁ ବିଡିଓଙ୍କୁ ପାଣିର ମାନ ଯାଞ୍ଚ କରିବାକୁ ଗ୍ରାମବାସୀ କହିଥିଲେ l ଯଥାଶୀଘ୍ର ତାଙ୍କୁ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ଅଡ଼ି ବସିଥିଲେ l ବିଡିଓ ଆଶିଷ କୁମାର ତ୍ରିପାଠୀ ଅତି ଶୀଘ୍ର ପାଣି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତି ପ୍ରତିଶ୍ରୁତି ଦେବା ପରେ ଶାନ୍ତ ହୋଇ ଥିଲେ ଗ୍ରାମବାସୀ l ଚନ୍ଦନ ସାହି ଗ୍ରାମ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଛି l ହେଲେ ସେହି ଗ୍ରାମରେ ପନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିବା ପ୍ରଶାସନର ପାରିବା ପଣିଆ ପଦରେ ପକାଇଛି l ତେଣୁ ସରକାର ଏହି ସମସ୍ୟାକୁ ଯଥା ସମ୍ଭବ ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହୋଇଛି

Related news

Skip to toolbar