କନ୍ଧମାଳ ସନ୍ତାନ

Breaking News

ପେଟାପାଙ୍ଗା ଗ୍ରାମପଞ୍ଚାୟତର ସମୂହ ବାପଟିଷ୍ଟ ମଣ୍ଡଳୀ ପକ୍ଷରୁ ଡ଼ାମ୍ୱାକିଆ ମଣ୍ଡଳୀ ଠାରେ ପ୍ରାକ୍ ବଡଦିନ ମହୋତ୍ସବ ଅନୁଷ୍ଠିତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧିନସ୍ଥ ପେଟାପାଙ୍ଗା ଗ୍ରାମପଞ୍ଚାୟତର ସମୂହ ବାପଟିଷ୍ଟ ମଣ୍ଡଳୀ ପକ୍ଷରୁ ଡ଼ାମ୍ୱାକିଆ ମଣ୍ଡଳୀ ଠାରେ ପ୍ରାକ୍ ଖ୍ରୀଷ୍ଟ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ପରିଷଦ ଉପାଧକ୍ଷା ସାଧବାଣୀ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ କିଶୋର କୁମାର ଦିଗାଲ, ଜାମସେଦପୁର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ1 ହେମନ୍ତ କୁମାର ନାୟକ, ସମ୍ପାଦକ ଜନ କଲ୍ୟାଣ କମିଟି ପ୍ରାରମ୍ଭିକ ଅଭିଭାଷଣ କରିଥିଲେ, ଆଚାର୍ଯ୍ୟ ବେଲ୍ କୁମାର ଵାଗ୍, ପାଳକ ବାପଟିଷ୍ଟ ଚର୍ଚ୍ଚ ଡାମ୍ବାକିଆ, ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ ଓ ଆଚାର୍ଯ୍ୟ ଆବେଦ ନାୟକ ନିର୍ଦ୍ଦେଶକ ତଥା ଅଧକ୍ଷ କାର୍ଯ୍ୟକ୍ରମ ପରିଚାଳନା ଓ ସ୍ବାଗତ ଭାଷଣ ଦେଇଥିଲେ । ପରେ ଅତିଥିମାନଙ୍କୁ ମଞ୍ଚକୁ ସ୍ବାଗତ କରି ପୁଷ୍ପ ଗୁଛ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ପାଳକ ଦଶରଥ ପ୍ରଧାନ ଓ ପାଳକ ଗୌରଚନ୍ଦ୍ର ଦିଗାଲଙ୍କ ଦଳ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନଙ୍କୁ ସ୍ଵାଗତ କରିବା ସହିତ ଆସିଥିବା ବିଭିନ୍ନ ଚର୍ଚ୍ଚ ପାଳକମାନଙ୍କୁ ଓ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟଙ୍କୁ ସ୍ବାଗତ କରାଯାଇଥିଲା । ଜନ କଲ୍ୟାଣ ସମ୍ପାଦକ ହେମନ୍ତ କୁମାର ନାୟକ ଓ ସଭାପତି ବିଶ୍ଵନାଥ ଦିଗାଲ ବଡ଼ଦିନ ନିମନ୍ତେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲ ଈଶ୍ବରଙ୍କ ବାକ୍ୟରୁ ୧ ତିମଥି: ୩:୧୬ ରୁ  (….ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ… ) ବିଷୟକୁ ନେଇ ଉପସ୍ଥିତ ଥିବା ବିଶ୍ବାସୀ ମାନଙ୍କ ମଧ୍ୟରେ ବାକ୍ୟର ପୂର୍ଣ୍ଣାଙ୍ଗ ବିବରଣୀ ପ୍ରକାଶ କରିଥିଲେ ଏବଂ ଏହି ପ୍ରାକ୍ ଖ୍ରୀଷ୍ଟ ମାସ ପାଳନ ଉପରେ ସମସ୍ତଙ୍କୁ ଈଶ୍ବରଙ୍କ ବାକ୍ୟ ଦ୍ବାରା ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ପେଟାପାଙ୍ଗା ପଞ୍ଚାୟତ ମଧ୍ୟରେ ଥିବା ୧୦ ଗୋଟି ଚର୍ଚ୍ଚ ଯଥା ବାପ୍ଟିଷ୍ଟ ଚର୍ଚ୍ଚ ଡାମ୍ବାକିଆ, ସିଏନ୍ଆଇ ଚର୍ଚ୍ଚ ଆଡାସିକୁପା, ପେଟାପାଙ୍ଗା ୱାଏମ୍ଏମ୍ ଚର୍ଚ୍ଚ, କାଥଲିକ୍ ଚର୍ଚ୍ଚ ଆଡ଼ାସିକୁପା,  ଟିଣ୍ଡିକାମ୍ବା ଲବ୍ ଇଣ୍ଡିଆ ମିଶନ ଚର୍ଚ୍ଚ,  ଗଣ୍ଡାଗାଡା ସିଏନ୍ଆଇ ଚର୍ଚ୍ଚ, ଗଞ୍ଜୁପାଙ୍ଗା ବିସିଆଇ ଚର୍ଚ୍ଚ, ବିଶ୍ଵବାଣି ଚର୍ଚ୍ଚ କଲିନାଯୁ, କାମାଗୁଡ଼ା ବିସିଆଇ ଚର୍ଚ୍ଚ, ବାଇବାଲି ସ୍ଵାଧୀନ ମଣ୍ଡଳୀ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।  କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଖ୍ରୀଷ୍ଟ ପ୍ରେମୀ ଯୁବକ ଯୁବତୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଆଚାର୍ଯ୍ୟ ଆବେଦ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ନିମନ୍ତେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ ପରେ କାର୍ଯ୍ୟକ୍ରମ ଶେଷ ହୋଇ ଥିବା ଘୋଷଣା କରି ଥିଲେ ।

Related news

Skip to toolbar