କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କଲେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଆଜିକାର ଏହି କାର୍ଯ୍ୟକ୍ରମରେ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ. ଅଶୋକ ଦାସ, ଜିଲ୍ଲା ପରିଷଦ ସଭ୍ୟ ରଞନ ପ୍ରଧାନ, ସହକାରୀ ଯନ୍ତ୍ରୀ ଶିଶିର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଓଡ଼ିଶା ଜୀବିକା ମିଶନ ଅଧୀନରେ ଥିବା ବହୁମୁଖି ଗୋଷ୍ଟି କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଏହାପରେ ଦାରିଙ୍ଗବାଡିର ଦୈନିକ ବଜାର ଗୃହ, ଦାରିଙ୍ଗବାଡି ଗ୍ରାମ ପଞ୍ଚାୟତ ସହାୟକ କେନ୍ଦ୍ର, ଗୋଷ୍ଠୀ ଶୌଚାଳୟ, ଆଇଟିଡିଏ ପକ୍ଷରୁ ନିର୍ମାଣ ହୋଇଥିବା ପୋଷାକ ତିଆରି କେନ୍ଦ୍ର, ଡଲାବାଡି ଅଙ୍ଗନବାଡ଼ି କେନ୍ଦ୍ର ଓ କିଶୁବାଡ଼ି ଗ୍ରାମ ନିକଟରେ ରହିଥିବା ପାଡ଼ାବାନ୍ଧା ଜଳପ୍ରପାତକୁ ହୋଇଥିବା ରାସ୍ତାର ଶୁଭ ଉଦଘାଟନ କରିଥିଲେ l