କନ୍ଧମାଳ ସନ୍ତାନ

Breaking News

ଦୁମୁରିଗୁଡ଼ା ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଏବଂ ବାନର ସେନା ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁମୁରିଗୁଡ଼ା ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଏବଂ ବାନର ସେନା ଯୁବକ ସଂଘ ଦୂମୁରିଗୁଡ଼ାର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ ହୋଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ବିଶିପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସକାଳୀ କହଁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଜଳନ୍ଧର ବେହେରା, ନାଏବ ସରପଞ୍ଚ ସଞ୍ଜୀବ କୁମାର ଦିଗାଲ, ପ୍ରଧାନ ଶିକ୍ଷକ ଅଭିନ ଚନ୍ଦ୍ର ପାଇକରାୟ, ସଞ୍ଜୟ କୁମାର ଦାସ, ସୌଭାଗ୍ୟ ବତି ଦାସ, ସଙ୍ଗୀତ ସାହୁ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହରା ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ ଫୁଟବଲ୍, ଭଲିବଲ, କବାଡି, ଦୋଉଡକୁଦ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ଫାଇନାଲ ମ୍ୟାଚ ଟି ଦଳବଳି ଫୁଟବଲ୍ ଟିମ୍ ଓ ବକ୍ତିଙ୍ଗିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପେନାଲ୍ଟି ସୁଟରେ ୮-୭ ସେଟରେ ବକ୍ତୀଙ୍ଗିଆ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ । ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା କ୍ରୀଡ଼ା ପ୍ରେମୀ ଭାଇ ଭଉଣୀଙ୍କୁ ଅବଗତ କରାଇଥିଲେ । ପ୍ରତିଯୋଗିତାରେ ବିଜୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚକୁ ରେଫରି ଭାବରେ ରଞ୍ଜିତ କୁମାର ବିଶୋଇ, ନିରଞ୍ଜନ ସାହୁ ଏବଂ ଲାଇନ୍ ମ୍ୟାନ ଭାବରେ ହନକ କୁମାର ଦିଗାଲ, ବ୍ରଜ ଦିଗାଲ ପରିଚାଳନା କରିଥିଲେ । ବୈଠକରେ ବାନର ସେନା ଯୁବକ ସଂଘର ସଭାପତି କ୍ଷୀରୋଦ କୁମାର ଦିଗାଲ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ ଉପସ୍ଥିତ କ୍ରୀଡ଼ା ପ୍ରେମୀମାନଙ୍କୁ ସ୍ଵାଗତ କରିଥିବା ବେଳେ ସମ୍ପାଦକ ଚନ୍ଦନ କହଁର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related news

Skip to toolbar