କନ୍ଧମାଳ ସନ୍ତାନ

Breaking News

ଗାଡିଆପଡା ଘାଟିରେ ୫୦ ଫୁଟ ଖାତକୁ ଖସିଲା ଟ୍ରକ : ଚଳକ ମୃତ, ହେଲପର ଗୁରୁତର……

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗାଡିଆପଡା ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ଏହି ଘାଟି ଦେଇ ଆସୁଥିବା ଏକ ଟ୍ରକ ୫୦ ଫୁଟ ତଳକୁ ଖସିଯିବାରୁ ଚାଳକ ମୃତ୍ୟୁ ଘଟିଥିବା ବେଳେ ସାଥିରେ ଥିବା ଜଣଙ୍କ ଗୁରୁତର ହୋଇଛନ୍ତି । ଟ୍ରକ ନଂ ( ଟିଏନ୫୨-ପି୫୬୫୮) ଟ୍ରକଟି ତାମିଲନାଡୁ-ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ସମ୍ବଲପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ଗାଡିଆପଡା ଘାଟିର ଏକ ବୁଲାଣୀରେ ଭାରସାମ୍ୟ ହରାଇ ଘାଟିର ସୁରକ୍ଷା ପାଚେରୀ ଭାଙ୍ଗି ପ୍ରାୟ ୫୦ ଫୁଟ ତଳକୁ ଖସି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଚାଳକ ସୁନ୍ଦରରାଜନ ଏମ୍ (ବୟସ ୪୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ସହଯୋଗୀ ସୁନ୍ଦର ରାଜ(ବୟସ ୨୨) ଆହତ ହୋଇଥିଲେ । ଦୁର୍ଘଟଣାରେ ଟ୍ରକଟି ଅବସ୍ଥା ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି । ସୁଚନା ପାଇ ଖଜୁରୀପଡା ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ମୃତ ଚାଳକ ଓ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

Related news

Skip to toolbar