କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରିରେ ଜାରି ରହିଛି ପ୍ରବଳ ଜାଡ଼, ଜନଜୀବନ ଅସ୍ତବ୍ୟସ୍ତ……

କନ୍ଧମାଳ ସନ୍ତାନ(ବ୍ୟୁର): ନଭେମ୍ବର ମାସ ଆରମ୍ଭରୁ ସାରା ଓଡ଼ିଶାରେ ସର୍ବାଧିକ ଶୀତ ଅନୁଭୂତ ସ୍ଥାନ ଭାବେ ଓଡିଶାର ଦାର୍ଜିଲିଂଗ ଘୁ.ଉଦୟଗିରି ପ୍ରଥମ ସ୍ଥାନ ଅଧିକାର କରିଛି l ଘୁ.ଉଦୟଗିରି ଠାରେ ଶୀତର ଲହରୀ ଜାରୀ ରହିଛି l ଶୀତ ଅନୁଭୂତ ହେବା ଯୋଗୁଁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି l କନ୍ଧମାଳ ଜିଲ୍ଲାର ଶୀତୁଆ ପରିବେଷ ସହ କୁହୁଡ଼ିଆ ପାଗ ଖୁବ ପର୍ଯ୍ୟଟକଙ୍କ ମନଲୋଭୁଛି l ଶୀତୁଆ ସକାଳରେ ସହରର ବିଭିନ୍ନ ଚା ଦୋକାନର  ଚା ଖଟିରେ ସାଙ୍ଗ ସାଥୀଙ୍କ ଗହଣରେ କିଛି ସମୟ ବିତେଇବାର ଅନୁଭୂତି ଭାଇଚାରାର ସମ୍ପର୍କକୁ ଅତି ନିବିଡ଼ କରିବାର ଖୁବ ନିଆରା l  ଶୀତର ପ୍ରକୋପ ଗତକାଲି ର ପାରଦ ୮ ଡିଗ୍ରୀ ଥିବା ବେଳେ ଆଜି ୬ ଡିଗ୍ରୀ ତଳକୁ ହ୍ରାସ ପାଇଵା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି  l ସାରା ରାଜ୍ୟରେ ଆଜି ଘୁ.ଉଦୟଗିରି ସର୍ବାଧିକ ଶୀତ ଅନୁଭୂତ ସହର ହୋଇଥିବା ଆଞ୍ଚଳିକ ପାଣିପାଗ ଦ୍ୱାରା ସୂଚନା  l ଶୀତ ଆହୁରି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି l ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି l ଏହି ଅଞ୍ଚଳର ତାପମାତ୍ରା ପ୍ରାୟ  ତଳକୁ ଆହୁରି ଖସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେଉ ଥିଵା ସ୍ଥାନୀୟ ଲୋକେ କହିଛନ୍ତି l ନଭେମ୍ବର ମାସ ଆରମ୍ଭରୁ ଘୁ.ଉଦୟଗିରି ରାଜ୍ୟର ଥଣ୍ଡା ଅନୁଭୁତ ସହର ଭାବରେ ପ୍ରଥମ ସ୍ଥାନ ବଜାୟ ରଖିଛି l ଥଣ୍ଡା ଦାଉରୁ ରକ୍ଷା ନିମନ୍ତେ ନିଆଁ ଜାଳି ସେକି ହେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି  l ହାଡ଼ ଭଙ୍ଗା ଶୀତ ପାଇଁ ଲୋକେ ଶୀଘ୍ର ଘରକୁ ପଳେଇଯାଉଛନ୍ତି  l ଯାହା ପାଇଁ ବଜାର ରାସ୍ତା ଘାଟ ଜନଶୂନ୍ୟ ହୋଇଯାଉଛି l ଲୋକେ ସକାଳୁ ଉଠି କୁହୁଡ଼ି ଭରା ରାସ୍ତାରେ ମର୍ଣ୍ଣିଂ ୱା୍ଲକ କରି ଦେହକୁ ସତେଜ କରି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି  l ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳିଙ୍ଗା ଘାଟିର ପ୍ରାକୃତିକ ଦୃଶ୍ୟ ଅତି ମନଲୋଭା l ଶୀତ ଋତୁରେ କିଛି ଅଲଗା ହିଁ ରହିଥାଏ  ଏହାର ପରିବେଷ l ଧଳା ଧଳା ଭସା କୁହୁଡ଼ି ମଧ୍ୟରେ କଳା ମଚ ମଚ ରାସ୍ତା ଦେଖିବାକୁ ଖୁବ ମନୋରମ ଓ ହୃଦୟସ୍ପର୍ଶୀ  l ଶୀତଋତୁରେ ଏଠାକାର ଶାନ୍ତ, ସୁନ୍ଦର ପରିବେଷ ଓ ସ୍ଥାନୀୟ ଲୋକଙ୍କ ଅତି ଭଦ୍ର ଆଚରଣ ପାଇଁ ବାହାର ପର୍ଯ୍ୟଟକ ଏହି ଋତୁରେ କନ୍ଧମାଳକୁ ପ୍ରାଥମିକତା ଦେଇଥାନ୍ତି l ଏଠାକାର ସ୍ଥାନୀୟ କାଲିଗାଡୁ ହିଲ ଭିୟୁ, କଳିଙ୍ଗା ବୋଟାନିକାଲ ଗାର୍ଡେନ, କଳିଙ୍ଗା ଘାଟି, ସିର୍କୀ ଇକୋ ପାର୍କ, କଫି ବଗିଚା, କାକାଲ ବାକି, ରାଜା ଗାଡ଼ା ଜଳ ପ୍ରପାତକୁ ଦେଖିବାକୁ ଲୋକଙ୍କ ସୁଅ ଛୁଟିଲାଣି l ହେଲେ ପରିତାପର ବିଷୟ ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ପାଇଁ ସ୍ଥାନୀୟ ବନବିଭାଗ ଓ ପ୍ରଶାସନର ଅନ୍ତରିକତା ଦେଖା ଦେଇନାହିଁ l ତେଣୁ ଏହି ସ୍ଥାନୀୟ ଗୁଡିକର ବିକାଶ କରିବା ପାଇଁ ସ୍ଥାନୀୟ ବାସିନ୍ଧା ଦାବୀ କରିଛନ୍ତି l

Related news

Skip to toolbar