କନ୍ଧମାଳ ସନ୍ତାନ

Breaking News

ଲାଲ ଗଡ଼ରୁ ବିବାହ ବେଦୀରେ ଦୁଇ ମହିଳା ମାଓ କ୍ୟାଡର, ରାଧାକଷ୍ଣ ମନ୍ଦିରରେ ଯଥା ରୀତି ନୀତିରେ ହେଲା ବିବାହ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥିତ ମାଡିକୁନ୍ଦା ରିଝର୍ଭ ପୁଲିସ ପଡିଆରେ ଆଜି ଦୁଇ ମହିଳା ମାଓବାଦୀ  ନନ୍ଦିନୀ ଓ କରୁଣାର ବାହାଘର ମାଡିକୁନ୍ଦା ସ୍ଥିତ ରାଧାକଷ୍ଣ ମନ୍ଦିରରେ ଯଥା ରୀତି ନୀତି ଓ ସରକାରୀ ଆଇନଗତ ଭାବେ  ପୁଲିସ ପ୍ରଶାସନ ଦ୍ୱାରା  କନ୍ଧମାଳ ଏସପି ଶ୍ରୀ ଭିନୀତ ଅଗ୍ରୱାଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଇଯାଇଛି l ଏହି ଦୁଇ ମହିଳା କୌଣସି ପରିସ୍ଥିତିରେ ମାଓବାଦୀରେ ସାମିଲ ହୋଇଥିଲେ  l କିନ୍ତୁ ପରିସ୍ଥିତିରେ ରହି ସେମାନେ  ରାଜ୍ୟ ସରକାରଙ୍କ ପ୍ୟାକେଜରେ  ଆକୃଷ୍ଟ ହୋଇ ମାଓବାଦୀ କାର୍ଯ୍ୟ ଛାଡି  ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରି  ନିଜକୁ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ  ଆତ୍ମ ସମର୍ପଣ କରିଥିଲେ l ପୁଲିସ ଆଗରେ ଆତ୍ମ ସମର୍ପଣ କରିବା ଦିନଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ହେପାଜତରେ ରହି ଆସୁଥିଲେ  ଓ ସରକାରଙ୍କ ନୀତିନିୟମ ପ୍ରକାରେ ସେମାନଙ୍କୁ ସବୁପ୍ରକାର ସୁବିଧା ଯୋଗାଇ ଦିଆ ଯାଉଛି ଓ ଆଜି ପୁଲିସ ଏକ ନୂଆ ଇତିହାସ ରଚିବାକୁ ଯାଇ  ଦୁଇ ମାଓବାଦୀଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ କରିଛି l ନନ୍ଦିନୀଙ୍କ  ସହିତ  ଦାରିଙ୍ଗବାଡିର ବିନୋଦ ବିହାରୀ ଓ କରୁଣା ସହିତ   ଘୁ.ଉଦୟଗିରିର ସ୍ଵପ୍ନେଶ୍ଵରଙ୍କ ସହିତ ବିବାହ ଅନୁଷ୍ଠିତ କରାଯାଉଛି l ଭୋଜି ଭାତର  ଆୟୋଜନ  ହୋଇଥିବା ବେଳେ ସେମାନଙ୍କ ଚଳଣି ପାଇ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ସେମାଙ୍କୁ ପ୍ରଦାନ କରାଯିବାର ପୁଲିସ ପ୍ରଶାସନ ଆୟୋଜନ କରିଛି l ଜିଲ୍ଲାର ବହୁ  ସରକାରୀ ପଦାଧିକାରୀମାନଙ୍କ ଉପସ୍ଥିତିରେ  ଆଜିର  ମାଙ୍ଗଳିକ କାର୍ଯ ସମ୍ପାଦନ କରାଯିବା ପାଇ ସ୍ଥିର ହୋଇଥିବା ରିଝର୍ଭ  ଇନିସ୍ପେକ୍ଟର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ  ସମସ୍ତ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ସୂଚନା ଦେଇଛନ୍ତି l

Related news

Skip to toolbar