କନ୍ଧମାଳ ସନ୍ତାନ

Breaking News

ପ୍ରବଳ ହଟଗଳ ମଧ୍ୟରେ ହବାକ ଉଚ୍ଚ ବିଦ୍ୟାଳୟ “ମୋ ସ୍କୁଲ ଅଭିଯାନ”ର ନୁତନ କମିଟି ଗଠିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚ ବିଦ୍ୟାଳୟ ଠାରେ “ମୋ ସ୍କୁଲ ଅଭିଯାନ”ର ଅଧ୍ୟକ୍ଷ କେ.ରାମା ରାଓ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରବଳ ହଟଗଳ ମଧ୍ୟରେ ନୁତନ କମିଟି ଗଠିତ ହୋଇଛି l ଉକ୍ତ ବୈଠକରେ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, କନିଷ୍ଠ ଯନ୍ତ୍ରୀ ସସ୍ମିତା ବେହେରା, ସହକାରୀ ଯନ୍ତ୍ରୀ ମଳୟ ବେହେରାଙ୍କ ସହ ବହୁ ପୁରାତନ ଛାତ୍ର ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ମୁଖ୍ୟତଃ 5T ରୂପାନ୍ତରଣ ପରେ ତାହାର ଯାହା ଆନୁସଙ୍ଗିକ କାର୍ଯ୍ୟକ୍ରମ ଅଦ୍ୟାବଧି ସମାପ୍ତ ହୋଇପାରିନାହିଁ l ସେ ନେଇ ସମସ୍ତ 5T ତଥ୍ୟ ବୈଠକରେ ଉପସ୍ଥାପନା କରାଯାଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରା ଯାଇଥିଲା l

ରାଜ୍ୟ ସରକାରଙ୍କ ଅନୁଦାନ ରାଶି 10% ତଥା ଟ-40,50,000/-ପତ୍ରାଙ୍କ ସଂଖ୍ୟା-2191 ତା -09-03-2022.(DEO, କନ୍ଧମାଳ) ଅନୁସାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରକାରୀ ଜମାଖାତାକୁ ହସ୍ତାନ୍ତର ନିମନ୍ତେ ସ୍ଥିର କରାଗଲା l ସର୍ବସମ୍ମତି କ୍ରମେ ଆଜିଠାରୁ ଏକ ବର୍ଷ ନିମନ୍ତେ ନୂତନ ଅସ୍ଥାୟୀ କମିଟିଗଠନ କରାଯାଇ ଅଧ୍ୟକ୍ଷ ଭାବେ ଏନ. ରାଜା ରାଓଙ୍କୁ ମନୋନୀତ କରାଗଲା l ସର୍ବସମ୍ମତି କ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସରକାରୀ ଜମା ଖାତାକୁ ଟ -15,00,000/- ( ପନ୍ଦର ଲକ୍ଷ୍ୟ )ର ଚେକ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଗଲା l ଉପସ୍ଥିତ ସମସ୍ତ ସଭ୍ୟଙ୍କୁ “ମୋ ସ୍କୁଲ ଅଭିଯାନ”ର ସଦସ୍ୟ ରୂପେ ଗ୍ରହଣ କରାଗଲା l ନୂତନ ସଭାପତି ଏନ. ରାଜା ରାଓ “ମୋ ସ୍କୁଲ ଅଭିଯାନ” କୁ ଟ -5000/-(ପାଞ୍ଚ ହଜାର) ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି l ପୁରାତନ ଛାତ୍ର ଆଶୁତୋଷ ସାହୁ ବିଦ୍ୟାଳୟକୁ 40 ଗୋଟି ଶୀତ ବସ୍ତ୍ର କମ୍ବଳ ଦେବେ ବୋଲି ପ୍ରତିଶୃତି ଦେଇଥିଲେ l “ମୋ ସ୍କୁଲ ଅଭିଯାନ”ର ବୈଠକ ପ୍ରତ୍ୟେକ ମାସର ଶେଷ ରବିବାର ଅନୁଷ୍ଠିତ ହେବା ନିମନ୍ତେ ସ୍ଥିର କରାଗଲା l ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ସଭା ସାଙ୍ଗ କରି ଉପସ୍ଥିତ ସମସ୍ତ ପୁରାତନ ଛାତ୍ର ତଥା ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Related news

Skip to toolbar