କନ୍ଧମାଳ ସନ୍ତାନ

Breaking News

ଏଏମସିଏସ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ ଭାଷା ସାହିତ୍ୟର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ +୩ ପ୍ରଥମ ବର୍ଷ ଓଡ଼ିଆ ଭାଷା ସାହିତ୍ୟର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l ଆଧ୍ୟାପିକା ଚମ୍ପା ସୋରେନ ଅଥିତି ପରିଚୟ ଦେବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକ ପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଷ୍ଣୁପ୍ରସାଦ ରଥ, ନରେନ୍ଦ୍ର ଦିଗାଲ, ବନମାଳୀ ବେହେରା, ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ଓ ଆଣ୍ଟି ରେଗିଙ୍ଗ ଉପରେ ସଚେତନତା କରିଥିଲେ l ଅଧ୍ୟାପିକା ରଶ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ର ଅଶୋକ କୁମାର ସାହୁ, ଭଜନନ୍ଦନ ବେହେରା, କାର୍ଯ୍ୟକ୍ରମ କୁ ସଯୋଜନା କରିଥିଲେ l ଛାତ୍ରଛାତ୍ରୀ ସାଗର, କେଶବ, ସଚ୍ଚିଦାନନ୍ଦ, ପ୍ରଣତି, ସଂଗୀତା, ରଶ୍ମିତା, ଡେନି, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Related news

Skip to toolbar