କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଠାରେ ପେଟ୍ରୋଲ ପମ୍ପ ସ୍ଥାପନ ପାଇଁ ସାଧାରଣ ଜନତାଙ୍କ ଦସ୍ତଖତ ସଂଗ୍ରହ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବହୁ ପୁରାତନ ସହର ଅଟେ l କହିବାକୁ ଗଲେ ବହୁ ନେତା, ଶିକ୍ଷିତ, ଉଚ୍ଚ ଶିକ୍ଷିତ ଏବଂ ଭଦ୍ର ବ୍ୟକ୍ତି ଏହି ମାଟିରୁ ଜନ୍ମ ଗ୍ରହଣ କରିଛନ୍ତି l ହେଲେ ଏନଏସି ଗଠିତ ହେବାର ୪୦ ବର୍ଷରୁ ଅଧିକ ବର୍ଷ ବିତି ଯାଇ ଥିଲେ ସୁଦ୍ଧା ପେଟ୍ରୋଲ ପମ୍ପଟିଏ ସ୍ଥାପନ ହୋଇ ପାରି ନାହିଁ l ଉଚ୍ଚ ତୈଳଦର ପ୍ରତିବାଦରେ ବହୁ ବର୍ଷ ହେବା ପେଟ୍ରୋଲ ପମ୍ପ ସ୍ଥାପନ ପାଇଁ ସାଧାରଣ ଜନତା ପ୍ରତିବାଦ ସହ ଦାବୀ କରି ଆସୁଛନ୍ତି l ଏଠାକାର ଜନ ପ୍ରତିନିଧି, ନେତା, ମନ୍ତ୍ରୀ ବିଗତ ଦିନରେ ପ୍ରତିଶୃତି ଦେଇ ଆସୁଛନ୍ତି l ହେଲେ କୌଣସି ଫରକ ନ ପଡ଼ି ନ ଥିବା ଦେଖା ଦେଇଛି l କଥା କଥାରେ ହିଁ ଫାଇଲ ତଳେ ରହିଯାଇଛି ନେତାଙ୍କ ପ୍ରତିଶ୍ରୁତି l ଏଠାରେ ଏକ ପେଟ୍ରୋଲ ପମ୍ପ ନ ଥିବା ଯୋଗୁଁ ଅଂଚଳ ବାସୀ ଅସାଧୁ ବ୍ୟବସାୟୀଙ୍କ ଶୋଷଣର ଶିକାର ହେଉ ଥିବା ଅଭିଯୋଗ ହୋଇ ଆସୁଅଛି l ଅସାଧୁ ବ୍ୟବସାୟୀଙ୍କ ଅସାଧୁ କାର୍ଯାକଳାପ ପାଇଁ ଅଞ୍ଚଳ ବାସୀ ବିଶୁଦ୍ଧ ଓ ସରକାରୀ ଦରରେ ପେଟ୍ରୋଲ, ଡିଜେଲ ପାଉନଥିବା ଅଭିଯୋଗ ଆଣିଛନ୍ତି ବହୁବାର l ଏହା ଅଞ୍ଚଳର ମୁଖ୍ୟ ଓ ଦୈନନ୍ଦିନ ସମସ୍ୟା କହିଲେ ଅତ୍ୟକ୍ତି ହେବନି l ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ନଜିରରେ ଥିଲେ ସୁଦ୍ଧା କୌଣସି ସମାଧାନ ପନ୍ଥା ନ ବାହାରିବା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଛି l ତେଣୁ ଆଜି ସ୍ଥାନୀୟ ଚକରା ବିଷୋୟୀ ପ୍ରତିମୂର୍ତ୍ତିଙ୍କ ପାଖରେ “ଡାୟଲଗିଙ୍ଗ ହ୍ୟୁମାନ ଵିଙ୍ଗ ଫେଟେରନିଟି”ର ସଭ୍ୟ ମହମ୍ମଦ ଜିଆଉଦ୍ଦିନ ଅହମଦ ଘୁ.ଉଦୟଗିରି ଠାରେ ପେଟ୍ରୋଲ ପମ୍ପ ସ୍ଥାପନା ନିମନ୍ତେ ଏକ ସ୍ଵାକ୍ଷର ଅଭିଯାନ ଆରମ୍ଭ କରିଛନ୍ତି l ଯାହା ପାଇଁ ଆଜି ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଉକ୍ତ ବ୍ୟାନର ମାଧ୍ୟମରେ ସରକାରଙ୍କ ଉଦେଶ୍ୟରେ ତାଙ୍କର ନିଜସ୍ୱ ସ୍ଵାକ୍ଷର ପ୍ରଦାନ କରିଛନ୍ତି l ବ୍ଲକ ବିଧାୟକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ଉକ୍ତ ସ୍ଵାକ୍ଷର ଅଭିଯାନରେ ସାମିଲ ହୋଇ ଏହା ଏକ ଉଚ୍ଚିତ ପଦକ୍ଷେପ ଅଞ୍ଚଳ ବାସୀଙ୍କ ନିମନ୍ତେ ବୋଲି କହିଛନ୍ତି l ଏହି ସ୍ଵାକ୍ଷର ଅଭିଯାନ ପରେ ଦେଖିବାକୁ ବାକି ରହିଲା ଯେ ଘୁ.ଉଦୟଗିରି ଭଳି ଏକ ପୁରୁଣା ସହର ଓ ବିଜ୍ଞାପିତ ଅଂଚଳ ପରିଷଦରେ କେବେ ପେଟ୍ରୋଲ ପମ୍ପ ସ୍ଥାପନା ହେଉଛି l

Related news

Skip to toolbar